ଗାଜର ଖିରି ପ୍ରସ୍ତୁତି ପ୍ରଣାଳୀ

0

ଗାଜର ଖିରି ଗାଜରେ ପୋଟାସିୟମ୍, ଭିଟାମିନ୍ ଏ, ଭିଟାମିନ ଇ ଭଳି ପୋଷକ ତତ୍ତ୍ୱ ଭରି ରହିଥାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ଗାଜରରେ ପ୍ରସ୍ତୁତ ଖିରି , ଯାହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟକର ।

ଆବଶ୍ୟକୀୟ ସାମଗ୍ରୀ: ଗାଜର ଅଧ କିଲୋ, ଗୋଟେ ଚାମଚ ଘିଅ,ଗୋଟେ ଚାମଚ ଚିନି, କିସମିସ୍ ୧୦ ଗ୍ରାମ, କାଜୁ-୧୦ ଗ୍ରାମ୍, ଗୁଜୁରାତି ୩ଟି, କ୍ଷୀର-୩କପ୍ ।

ପ୍ରଣାଳୀ: ଗାଜରକୁ ଧୋଇ କୋରି ଦିଅନ୍ତୁା ଗ୍ୟାସରେ ଗୋଟେ ପ୍ୟାନ ବସାନ୍ତୁ । ପ୍ୟାନ୍ ଗରମ ହୋଇଗଲା ପରେ ଏଥିରେ ଗୋଟେ ଚାମଚ ଘିଅ ପକାନ୍ତୁ । ଘିଅ ଗରମ ହୋିଗଲା ପରେ ଏବେ ଗାଜର ପକାନ୍ତୁ । ଗାଜର ଭଲ ଭାବରେ ଭାଜି ହୋଇଗଲା ପରେ ଗ୍ୟସ୍ର ଜାଳ କମ୍ କରି ସେଥିରେ ଚିନି ପକାନ୍ତୁ । ମଝିରେ ମଝିରେ ଗାଜରକୁ ଲେଉଟାନ୍ତୁ ଫଳରେ ଗାଜର ପ୍ୟାନରେ ଲାଗିବନି । ଏବେ ଏଥିରେ କ୍ଷୀର ପକାଇ ଅଳ୍ପ ଜାଳରେ ଫୁଟିବାକୁ ଦିଅନ୍ତୁ । ୨୦ ମିନିଟ୍ ଯାଏଁ ଫୁଟିବାକୁ ଦିଅନ୍ତୁ । ମଝିରେ ମଝିରେ ଏହାକୁ ଘାଣ୍ଟୁଥିବେ । ଯେମିତି ପ୍ୟାନରେ ଲାଗିବନି । ଏବେ ଏଥିରେ ଗୁଜୁରାତି ଗୁଣ୍ଡ, କିସମିସ୍, କାଜୁ ପକାଇ । ଏବେ ପ୍ରସ୍ତୁତ ହୋଇଗଲା ଗାଜ ଖିରି । ଏହାକୁ ଆପଣ ଗରମ ଗରମ ଖାଇପାରିବେ ।