ସମ୍ବଲପୁର ଜିଲ୍ଲାର ୮ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା

0

(ସମ୍ବଲପୁର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଏଥିରୁ ବର୍ତ୍ତିବା ପାଇଁ ଲକଡାଉନ ଓ କଣ୍ଟେନମେଣ୍ଟ କରାଯାଉଛି । ଏହି କ୍ରମରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାର ୮ଟି ସ୍ଥାନକୁ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତେବେ ନିମ୍ନଲିଖିତ ସବୁ ଅଂଚଳକୁ ବ୍ୟାରିକେଡରେ ଆବଦ୍ଧ କରାଯାଇଛି । ସେହିପରି ଏହି ଅଞ୍ଚଳକୁ ଲାଗିକି ଥିବା ଅଞ୍ଚଳକୁ ବଫର ଜୋନ୍ ଘୋଷଣା କରାଯାଇଛି ।

ରେଢାଖୋଲ ଏନଏସିର ୧୧ ନମ୍ବର ଓ୍ବାର୍ଡର ଦେହୁରୀ ସାହି, ସ୍କୁଲ ସାହି, ଲକ୍ଷ୍ଣୀପୂଜା ମଣ୍ଡପ ସାହି ରହିଥିବାବେଳେ କୁଚିଣ୍ଡା ଏନଏସିର ୯ ନମ୍ବର ଓ୍ବାର୍ଡର କୁଣ୍ଡାପୋଷୀର କିଛି ଅଂଶକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।
ସେହିପରି ବାମରା ବ୍ଲକର ସାଗ୍ର ଗ୍ରାମ ପଂଚାୟତର ସାଗ୍ର ଗାଁର କିଛି ଅଂଶକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ମହାନଗର ନିଗମର ୫ଟି ସ୍ଥାନ ରହିଛି । ତାହା ହେଲା ୧୯ ନମ୍ବର ଓ୍ବାର୍ଡର ସମୃଦ୍ଧି ନଗର, ୨୧ ନମ୍ବର ଓ୍ବାର୍ଡର ମିଶ୍ର କଲୋନୀର କିଛି ଅଂଶ ଓ ଆଦର୍ଶ ମାର୍ଗର କିଛି ଅଂଶ, ୨୪ ନମ୍ବର ଓ୍ବାର୍ଡର ସୁପକାର ଗଲି, ୩୦ ନମ୍ବର ଓ୍ବାର୍ଡ ମୋତିଝରଣର ଏଲଆଇସି କଲୋନୀ, ୩୫ ନମ୍ବର ଓ୍ବାର୍ଡ ଗୋବିନ୍ଦତୋଲାର ଶ୍ରୀରାମ ବିହାର ।