ନୂଆଦିଲ୍ଲୀ: ଭାରତୀୟ ନୌସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତରେ ରାତି ସମୟରେ ସଫଳତାର ସହ ଭାରତୀୟ ବାୟୁସେନାର ଏକ ମିଗ୍-୨୯କେ ଲଢୁଆ ବିମାନ ଅବତରଣ କରିଛି। ଏହି ସଫଳତା ସହିତ ଦେଶର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇଛି।
#IndianNavy achieves another historic milestone by undertaking maiden night landing of MiG-29K on @IN_R11Vikrant indicative of the Navy’s impetus towards #aatmanirbharta.#AatmaNirbharBharat@PMOIndia @DefenceMinIndia pic.twitter.com/HUAvYBCnTH
— SpokespersonNavy (@indiannavy) May 25, 2023
ଭାରତୀୟ ନେଭି ଦ୍ୱରା ଏକ ଭିଡିଓ ଟୁଇଟରେ ପେଷ୍ଟ କରିଛନ୍ତି ଏହାର କ୍ୟାପସନରେ ନୌସେନା ଲେଖିଛି, ଏକ ଐତିହାସିକ ସଫଳତା ହାସଲ କରିଛି ଭାରତୀୟ ନୌସେନା। ରାତିରେ ପ୍ରଥମ ଥର ପାଇଁ INS Vikrant ଉପରେ MiG-29K ଯୁଦ୍ଧ ବିମାନ ଅବତରଣ କରିଛି। ନୌସେନା ଏହାକୁ ଆତ୍ମନିର୍ଭରଶୀଳ ଭାରତ ଆଡକୁ ଏକ ପଦକ୍ଷେପ ବୋଲି କହିଛି।
ମିଳିଥିବା ସୂଚନା ଅନୁସାରେ ବୁଧବାର ରାତିରେ ଯେତେବେଳେ ଆଇଏନଏସ ବିକ୍ରାନ୍ତ ଆରବ ସାଗରେ ଚାଲୁଥିଲା, ସେତେବେଳେ ମିଗ୍-୨୯କେ ଯୁଦ୍ଧ ବିମାନ ପ୍ରଥମ ଥର ପାଇଁ ଏହା ଉପରେ ଅବତରଣ କରିଥିଲା। ରାତିରେ ସମୁଦ୍ର ମଧ୍ୟରେ ଯୁଦ୍ଧ ଜାହାଜ ଉପରେ ଅବତରଣ କରିବାର ପରୀକ୍ଷା ବିକ୍ରାନ୍ତର କ୍ରୁ ଏବଂ ନୌସେନା। ପାଇଲଟଙ୍କ ବୃତ୍ତିଗତତା ଏବଂ ସାମର୍ଥ୍ୟକୁ ଦର୍ଶାଉଛି।
ସୂଚନାଯୋଗ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତର ଦୈର୍ଘ୍ୟ ୨୬୨ ମିଟର ଓ ଉଚ୍ଚତା ୫୯ ମିଟର। ଆଇଏନଏସ ବିକ୍ରାନ୍ତରେ ୧୭୦୦ରୁ ଅଧିକ ଯାତ୍ରୀ ବା ସୈନିକ ଯାଇପାରିବେ । ଏଥିରେ ୨୩୦୦ କମ୍ପାର୍ଟମେଣ୍ଟ ରହିଛି । ଏହା ଏକାଥରକେ ୧୫ ହଜାର କିଲୋମିଟର ଗତିକରିପାରିବ । ଏଥିରେ ମିଗ-୨୯ ବିମାନ ପରିବହନ କରାଯାଇପୁରୁଛି ।