ଉଡାଣ ବେଳେ କ୍ରାସ ହେଲା ମିଗ୍ ବିମାନ

0

ବ୍ୟୁରୋ :ମିଗ୍ ବିମାନ ସହ ଏକ ବଡ ଧରଣର ର୍ଦୁଘଟଣା ଘଟିଛି । ଏହି ର୍ଦୁଘଟଣାଟି ଗୋଆର ସମୁଦ୍ର ତଟରେ ହୋଇଥିବା ଜଣାପଡିଛି । ଭାରତୀୟ ନୌସେନାର ମିଗ୍-୨୯ଳ ଉଡାଣ ବେଳେ ସମୁଦ୍ରକୁ ଖସି ପଡଥିିଲା । ର୍ଦୁଘଟଣାରେ ପାଇଲଟକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବିମାନର ବୈଷୟିକ ତ୍ରୁଟି ପାଇଁ ଏହି ର୍ଦୁଘଟଣା ଘଟିଥିବା ଜଣାପଡିଛି । ଭାରତୀୟ ନୌସେନା ପକ୍ଷରୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାୟୁସେନାରେ ମୋଟ ୭୦ ମିଗ୍ ବିମାନ ରହିଛି ନୌସେନାରେ ବି ମିଗ୍ ବିମାନ ରହିଛି । ଗତ ଜୁଲାଇରେ ରାଜସ୍ଥାନରେ ହୋଇଥିବା ବିମାନ ର୍ଦୁଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।