କୋଭିଡ୍‌ ଆଇସିୟୁରୁ ବାହାରକୁ ଆସିଲେ ଆଥଲେଟ୍‌ ମିଲଖା ସିଂ

କରୋନାରେ ସଂକ୍ରମିତ ହୋଇ କିମ୍ବଦନ୍ତୀ ଆଥଲେଟ୍‌ ମିଲଖା ସିଂ ଚଣ୍ଡିଗଡ଼ର ପିଜିଆଇଏମ୍‌ଇଆର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି

0

(ଦିଲ୍ଲୀ) : କରୋନାରେ ସଂକ୍ରମିତ ହୋଇ କିମ୍ବଦନ୍ତୀ ଆଥଲେଟ୍‌ ମିଲଖା ସିଂ ଚଣ୍ଡିଗଡ଼ର ପିଜିଆଇଏମ୍‌ଇଆର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ କୋଭିଡ୍‌ ଆଇସିୟୁରୁ ବାହାରକୁ ଆସିଛନ୍ତି । କିନ୍ତୁ ମେଡିକାଲରେ ହିଁ ରହିଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ପରିବାର ସୂତ୍ର ଯାହା ସୂଚନା ମିଳିଛି, ୯୧ ବର୍ଷୀୟ ମିଲ୍‌ଖା ଗତ ମାସରେ କରୋନାରେ ସଂକ୍ରମିତ ହୋଇଥିଲେ । ସେ କୋଭିଡ୍‌ ମୁକ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେଣୁ ତାଙ୍କୁ ସାଧାରଣ ବର୍ଗର ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଛି । ମିଲ୍‌ଖା ସଂକ୍ରମିତ ହେବା ପରେ ତାଙ୍କର ପତ୍ନୀ ନିର୍ମଲ କୌର ମଧ୍ୟ ସଂକ୍ରମିତ ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ରବିବାର ଦିନ ତାଙ୍କର ପରଲୋକ ଘଟିଥିଲା ।