ଫୁଡ ଲାଇସେନ୍ସ ନାଁରେ ଲକ୍ଷାଧିକ ଠକେଇ,୪ଗିରଫ

0

(ମାଲକାନଗିରି /ସୂର‌୍ୟ୍ୟ କାନ୍ତ ବେହେରା ): ଫୁଡ ଲାଇସେନ୍ସ ନାଁରେ ଲକ୍ଷାଧିକ ଠକେଇ । ମାଲକାନଗିରି ଜିଲ୍ଲା ସ୍ଥିତ କାଲିମେଳା ବ୍ଲକର ବିଭିନ୍ନ ଅଞ୍ଚଳରେ ଦୀର୍ଘ ୨ମାସ ଧରି ଶତାଧିକ ଦୋକାନୀକୁ ଫୁଡ ଲାଇସେନ୍ସ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଏନଜିଓ ସଂସ୍ଥାର ୪ଜଣ କର୍ମଚାରୀଙ୍କୁ କାଲିମେଳା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଠକେଇ ଅଭିଯୁକ୍ତମାନେ ହେଲେ ଏମ ଭି-୭୮ଗ୍ରାମର କିଶୋର ଵାଲା, ଏମ ପି ଭି-୭୧ଗ୍ରାମର ଦୟାମୟ ମଣ୍ଡଳ,ଏମପିଭି-୨୦ଗ୍ରାମର ଅନୁପ ବର୍ମନ ଓ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ଗୁଳିପାଟଣା ଗ୍ରାମର ସୁଶାନ୍ତ ନାଗ । ଏନେଇ କାଲିମେଳା ଥାନା ଅଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ,ସୁଶାନ୍ତ ନାଗ ନିଜକୁ ସଞ୍ଚୟ ଫାଉଣ୍ଡେସନ ନାମକ ଏକ ଏନଜିଓସଂସ୍ଥାର ରାଜ୍ୟ ସଂଯୋଜକ ବୋଲି ପରିଚୟ ଦେଇଥିଲେ । ଗିରଫ ହୋଇଥିବା ଅନ୍ୟ ୩ଜଣ ଯୁବକଙ୍କୁ ଫୁଡ ଲାଇସେନ୍ସ ଦେବା ପାଇଁ ନିୟଜିତ କରିଥିଲେ ।ପରେ ସୁଶାନ୍ତ ନାଗ ଏହି ଯୁବକମାନଙ୍କ ମାଧ୍ୟମରେ ବହୁ ବ୍ୟବସୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରିଥିବା ଜଣା ପଡିଥିଲା ।ତେବେ ଏହି ବ୍ୟକ୍ତି ମାନେ ବିଭିନ୍ନ ଅଞ୍ଚଳର ବ୍ୟବସାୟି ମାନଙ୍କୁ ନକଲି ଫୁଡ ଲାଇସେନ୍ସ ସାର୍ଟିଫିକେଟ ଦେଇ ସେମାନ ଙ୍କ ଠାରୁ ପ୍ରାୟ୫୦୦୦ ଟଙ୍କାରୁ ଆରମ୍ଭ କରି୧୦୦୦୦ ଟଙ୍କା ପର‌୍ୟ୍ୟନ୍ତ ଟଙ୍କା ଠକି ନେଇଥିଲେ । ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଯୋଗେଶ ବେପାରୀ ନାମକ ଜଣେ ବ୍ୟବସାୟୀ କାଲିମେଳା ଥାନାରେ ଏ ନେଇଏକ ଲିଖିତ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।