ଭୁବନେଶ୍ୱର:ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ଆଜି ବି ଗୃହରେ ଚାଷୀ ପ୍ରସଙ୍ଗ । ଉଭୟ ବିଜେପି ଓ ବିଜେଡି ଚାଷୀ ପ୍ରସଙ୍ଗରେ ହଙ୍ଗାମା କରୁଛନ୍ତି । ଗତକାଲି ଚାଷୀ ପ୍ରସଙ୍ଗରେ ଚାଲି ପାରିନଥିଲା ଗୃହ । ବିଧାନସଭାରେ ହଙ୍ଗାମା ପରେ ଏମଏସପି ବୃଦ୍ଧି ଦାବିରେ ବିଧାନସଭାରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ବିଜେଡି ବିଧାୟକ । ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ଫସଲ ବୀମା, ଇନପୁଟ୍ ସବସିଡ ଓ ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ବିକ୍ଷୋଭ କରିଥିଲା । ବିଜେପି ମଧ୍ୟ ବିଧାନସଭାରେ ହୋହଲ୍ଲା କରିବା ପରେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲା । ଅନ୍ୟପକ୍ଷରେ ଗୃହରେ ଧାରଣାରେ ନ ବସି ଆସନ୍ତାକାଲି କେନ୍ଦ୍ରକୃଷି ମନ୍ତ୍ରୀ ଆସୁଛନ୍ତି । ବିଜେପି ସଦସ୍ୟ ମାନେ ତାଙ୍କ ନିକଟରେ ଧାରଣା ଦେଇ ରାଜ୍ୟ କୃଷିଙ୍କୁ ତାଙ୍କ ହକ୍ ଦେବାସହ ବିଜେପିକୁ କଟାକ୍ଷ କଲେ । କୃଷିମନ୍ତ୍ରୀଙ୍କ ସ୍ଥାନରେ ଗୃହରେ ଉତ୍ତର ରଖୁଥିବା ମନ୍ତ୍ରୀ ପ୍ରଦୀପ ଅମାତ ।