ବିଜେପିର ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତର

0

ଭୁବନେଶ୍ୱର:ଯେତେବେଳେ ଆମ ସରକାର ୨୦୦୦ ମସିହାରେ ଆସିଲା ସେତେ ବେଳେ ଆମ ରାଜ୍ୟର ସ୍ଥିତି ଅସମ୍ଭାଳ ଥିଲା । ମହାବାତ୍ୟା ରାଜ୍ୟର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ସେହି ସମୟରେ ରାଜ୍ୟରେ ଅର୍ଥ, ସ୍ୱାସ୍ଥ୍ୟ ,ଶିକ୍ଷା ଓ ରାସ୍ତା ଭଳି ଅନେକ ନିତ୍ୟାନ୍ତ ଜରୁରୀ ରୁ ରାଜ୍ୟ ବଞ୍ଚିତ ରହି ଆସୁଥିବା ସହ ଆମକୁ ନିତିଦିନ ଖର୍ଚ୍ଚ ପାଇଁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା।

ଯାହା ପାଇଁ ୨୦୧୩ରୁ ରାଜ୍ୟରେ ଚୁକ୍ତି ଭିତ୍ତିକ ରେ ସରକାରି ନିଯୁକ୍ତି ମିଳୁଥିଲା କିନ୍ତୁ ଏବେ ଆମ ସରକାର ଙ୍କ ପାଇଁ ରାଜ୍ୟର ସ୍ଥିତି ବଦଳିଛି।୨୦୧୩ ରୁ ଥିବା ଚୁକ୍ତି ପ୍ରଥା କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ କରି ୫୭ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ଙ୍କୁ ରେଗୁଲାର କରିଛନ୍ତି। ୧ ଲକ୍ଷ ୧ ହଜାର ୩୦୦କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି।ନ୍ୟାୟାଳୟ ଓ ଆଇନ୍ ଭିତରେ ରହି ସରକାର ଏହି ପଦକ୍ଷେପ ନେଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।