ଚେସ୍ ଅଲିମ୍ପିଆଡ ଉତ୍ସବରେ ଯୋଗ ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି

0

ଭୁବନେଶ୍ୱର: ତାମିଲନାଡୁ ସରକାରଙ୍କ ନିମନ୍ତ୍ରଣରେ ଚେନ୍ନାଇର ମହାବଳୀପୁରମରେ ଅନୁଷ୍ଠିତ ୪୪ତମ ଚେସ୍ ଅଲିମ୍ପିଆଡ ଉତ୍ସବରେ ଯୋଗ ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ ଏହି ଅବସରରେ ପ୍ରତିଯୋଗି ମାନଙ୍କୁ ଶୁଭକାମନା ଜଣାଇଥିଲେ । ସେଠାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିବା ସହ ଅଲିମ୍ପିଆଡ ଆୟୋଜନର ଅନୁଧ୍ୟାନ କରିଥିଲେ ।ଏହି ଉତ୍ସବ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ତାମିଲନାଡୁ ଏବଂ ଓଡିଶାର କ୍ରୀଡ଼ାମନ୍ତ୍ରୀଙ୍କ ମଧ୍ୟରେ ଏକ ପ୍ରତିକାତ୍ମକ ଚେସ୍ ଖେଳ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ପ୍ରଶଂସା କରିଥିଲେ ତାମଲନାଡୁ କ୍ରୀଡାମନ୍ତ୍ରୀ ।