ଚାନୁ ମାଟିରେ ବସି ଖାଉଥିବାର ଫୋଟୋ ଭାଇରଲ , ଛୁଟୁଛି ପ୍ରଶଂସାର ସୁଅ

୨୦୧୬ ରେ ରିଓ ଅଲିମ୍ପିକ୍‌ ପରେ ମୀରାବାଇ ଚାନୁ ଖୁବ୍ ଭାଙ୍ଗି ପଡିଥିଲେ। କିନ୍ତୁ ଟୋକିଓରେ ତାଙ୍କର ଏହି ବିଜୟ ସମସ୍ତଙ୍କୁ ଚକିତ କରିଛି ଯେ,

0

(ଦିଲ୍ଲୀ) : ୨୦୧୬ ରେ ରିଓ ଅଲିମ୍ପିକ୍‌ ପରେ ମୀରାବାଇ ଚାନୁ ଖୁବ୍ ଭାଙ୍ଗି ପଡିଥିଲେ। କିନ୍ତୁ ଟୋକିଓରେ ତାଙ୍କର ଏହି ବିଜୟ ସମସ୍ତଙ୍କୁ ଚକିତ କରିଛି ଯେ, ସେ କେବେ ହାର ମାନିନାହାନ୍ତି। ସାରା ଦେଶରେ ତାଙ୍କର ଜିତିବାର ଖୁସି ରହିଛି। ତେବେ ଏହା ଭିତରେ ଚାନୁଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ସୂଚନାନୁଯାୟୀ , ଫଟୋ ସହିତ କ୍ୟାପସନ୍‌ରେ ଲେଖା ଯାଇଛି, ଟୋକିଓ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିବା ପରେ ନିଜ ଜନ୍ମସ୍ଥାନ ମଣିପୁରକୁ ଫେରିଆସିଛନ୍ତି ସାଇଖୋମ୍ ମୀରାବାଇ ଚାନୁ। ସେ ବହୁ ସାଧାରଣ ଭାରତୀୟ ନାଗରିକଙ୍କ ଅସାଧାରଣ ପ୍ରତିଭା, କାର୍ଯ୍ୟ ନୈତିକତା ଓ ଉପଲବ୍ଧିର ପ୍ରତୀକ ! ଏହି ଫଟୋ ମୀରାବାଇଙ୍କ ଘରର, ଯେଉଁଠି ସେ ଜମିରେ ବସି ଖାଉଥିବାର ଦେଖିବାକୁ ମିଳିଛନ୍ତି।

 

 

ଲୋକମାନେ ଏହି ଫଟୋ ଉପରେ ଅନେକ କମେଣ୍ଟ ଦେଉଛନ୍ତି ଓ ମୀରାବାଇଙ୍କ ଆବେଗକୁ ସଲାମ କରୁଛନ୍ତି। ଜଣେ ୟୁଜର କହିଛନ୍ତି, ଭଲ ପାଇବା, ସମ୍ମାନ, ଗୌରବ ଆମ ପାଖରେ ଆପଣଙ୍କ ଭଳି ଖେଳାଳି। ଆଉ ଜଣେ ଲେଖିଛନ୍ତି, ସାହାସିକତା ଓ ଦାରିଦ୍ର୍ୟ ଆଗରେ ଭଗବାନ ବି ହାର ମାନିଯାଇଥାନ୍ତି।