କମନୱେଲଥ ଗେମରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ମୀରାବାଈ ଚାନୁ

0

ବର୍ମିଂହାମ : କମନୱେଲଥ ଗେମ ୨୦୨୨ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ସାଇଖୋମ୍‌ ମୀରାବାଈ ଚାନୁ । ଭାରୋତ୍ତୋଳନର ୪୯ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଲେ ମୀରାବାଈ ଚାନୁ । ମିରାବାଈ ଚାନୁ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇ ଇତିହାସ ରଚିଛନ୍ତି । ମିରାବାଈ ୮୮ କିଲୋର ଓଜନ ଉଠାଇଥିଲେ । ୨୦୧୮ରେ ହୋଇଥିବା କମନୱେଲଥ ଗେମରେ ମଧ୍ୟ ଗୋଲ୍ଡ ମେଡାଲ ଜିତିଥିଲେ ମୀରା । ଦିନେ ସେ ବଣ ଜଙ୍ଗଲରୁ କାଠ ଉଠାଉଥିଲେ। ଆଜି ବିଶ୍ବସ୍ତରରେ ଦେଶକୁ ଗର୍ବିତ କରୁଛନ୍ତି। ଗୋଟିଏ ଦିନରେ ହିଁ ଭାରତ ପାଇଛି 4 ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି । ୪ଟି ଯାକ ପଦକ ଭାରୋତ୍ତଳନରେ ହିଁ ଭାରତକୁ ମିଳିଛି ।

ଅନ୍ୟପଟେ ସାଇଖୋମ୍‌ ମୀରାବାଈ ଚାନୁ । ଏବେ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାଁ ପାଲଟିଛନ୍ତି । ସେ ଗତ ଟୋକିଓ ଅଲମ୍ପିକ୍ସରେ ମଧ୍ୟ ଭାରତ ପାଇଁ ଗର୍ବ ଆଉ ଗୌରବ ଆଣିଥିଲେ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ପ୍ରଥମ ଦିନରେ ପ୍ରଥମ ରୌପ୍ୟ ପଦକ ଜିତିଥିଲେ ସାଇଖୋମ୍‌ ମୀରାବାଈ ଚାନୁ । ସେ ନଙ୍ଗପୋକ୍‌ କାକ୍‌ଚିଂ, ଇମ୍ଫାଲ ଇଷ୍ଟ ମଣିପୁରର ଝିଅ । ଏବେ ତାଙ୍କୁ ବୟସ ପାଖାପାଖି ୨୮ ହେବ । ବୟସ ସିନା କମ୍‌ କିନ୍ତୁ ତାଙ୍କ ନାଁରେ ରହିଛି ଅନେକ ରେକର୍ଡ । ଜାତୀୟ ରକେର୍ଡ ଠାରୁ ଆରମ୍ଭ କରି ତାଙ୍କ ନାଁରେ ରହିଛି ବିଶ୍ୱ ରେକର୍ଡ ।