ପ୍ରୋଟିନ୍‌ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଜିମ୍‌ରେ ଦୁଷ୍କର୍ମ, ଥାନାରେ ଅଭିଯୋଗ କଲେ ଯୁବତୀ

0

କଟକ : ପ୍ରୋଟିନ୍‌ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଜିମ୍‌ରେ ଦୁଷ୍କର୍ମ ଅଭିଯୋଗ । କଟକର ଜୁଗରନଟ ଜିମ୍‌ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି । କଟକ ସିଡିଏ ସେକ୍ଟର-୯ରେ ଏକ ଜିମରେ ଏଭଳି ଘଟଣା ହୋଇଥିବା ନେଇ ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି ଏହି ଯୁବତୀ।

ଅଭିଯୋଗ ମୁତାବକ, ଜିମ୍‌ର ମାଲିକ ମୃଦୁ ପାନୀୟରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରି ଏହାର ଭିଡିଓ ଓ ଫଟୋ ଉଠାଇ ନେଇଥିଲେ। ପରେ ବ୍ଲାକମେଲ କରିଥିଲେ | ଧମକ ଦେଇଥିଲେ ଯେ, ଏ ବିଷୟରେ କାହାରିକୁ କହିଲେ ଏହି ଭିଡିଓ ଓ ଫଟୋ ଭାଇରାଲ କରିଦେବେ | ତେବେ ୨୦୨୨ ମାର୍ଚ୍ଚ ୩ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଜିମ୍‌ ମାଲିକଙ୍କ ବିଭିନ୍ନ ପ୍ରକାର ନିର୍ଯାତନା ସହି ନ ପାରି ଯୁବତୀଜଣକ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ଧମକ ମିଳୁଥିବାରୁ ନିଜର ସୁରକ୍ଷା ନିମନ୍ତେ ସେ ପୁଲିସ ନିକଟରେ ନିବେଦନ କରିଛନ୍ତି।