ରାଜଧାନୀରେ ଦୁର୍ବୃତ୍ତଙ୍କ ଉନ୍ମୁକ୍ତ କାଣ୍ଡ

0

ଭୁବନେଶ୍ୱର(ସରୋଜ ରାଉତ): ରାଜଧାନୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ । ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ୩ ନମ୍ବର ଲେନରେ ଦୁର୍ବୃତ୍ତ ଏକାଧିକ ଗାଡି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ୩ ଜଣ ଦୁର୍ବୁତ୍ତ ହାତରେ ଠେଙ୍ଗା, ଭୁଜାଲି, ଖଣ୍ଡା ଆଦି ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିଲେ । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏହି ଦୁର୍ବୃତ୍ତମାନଙ୍କ ଆକ୍ରମଣରେ କାର ବାଇକ ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖଣ୍ଡଗିରି ଥାନା ଅଞ୍ଚଳରେ ଗତକାଲି ମଧ୍ୟରାତ୍ରୀରେ ଏଭଳି ଘଟଣା ଘଟିଛି । ତେବେ ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।