ଋଷିକୂଲ୍ୟା ନଦୀରେ ୨ ଜଣ ନାବାଳକଙ୍କ ନିଖୋଜ ଘଟଣା : ଏଯାଏଁ ମିଳୁନି ପତ୍ତା

0

ଷୋଳଘର: ଋଷିକୂଲ୍ୟା ନଦୀରେ ୨ ଜଣ ନାବାଳକଙ୍କ ନିଖୋଜ ଘଟଣା | ଏଯାଏଁ ମିଳୁନି ପତ୍ତା । ମଙ୍ଗଳବାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଷୋଳଘର ଗ୍ରାମରେ ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ୨ ଜଣ ନାବାଳକ ଭାସିଯାଇଥିଲେ । ଘଟଣାସ୍ଥଳ ଅଗ୍ନିଶମ ବାହାିନୀ ପହଞ୍ଚି ନିଖୋଜ ୨ ପିଲାଙ୍କୁ ଖୋଜା ଖୋଜି କରିଥିଲା | କିନ୍ତୁ ତାଙ୍କର କୌଣସି ପତାମିଳି ନଥିଲା |

ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ବିଡିଓ ଏବଂ ଅତିରିକ୍ତ ତହସିଲଦାର ମଧ୍ୟ ପହଂଚିଥିଲେ | ତେବେ 2 ନିଖୋଜ ନାବାଳକଙ୍କ ପତ୍ତା ଏ ଯାଏ ମିଳିପାରିନାହିଁ | ଦୀର୍ଘ ୨୬ ଘଣ୍ଟା ପରେ ମଧ୍ୟ ନିଖୋଜ କୃଷ୍ଣ ମହାନ୍ତିଙ୍କ ଖୋଜଖବର ମିଳୁନି । ଆଜି ପୁଣି ନଦୀରେ କୃଷ୍ଣଙ୍କୁ ଖୋଜିବା ଆରମ୍ଭ କରିଛନ୍ତି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ |