ଦେଶରେ ବଢୁଛି ବିଶାକ୍ତ ଖାଦ୍ୟ ମାମଲା

0

ଦେଶରେ ବୃଦ୍ଧି ପାଉଛି ବିଷାକ୍ତ ମଧ୍ୟାହ୍ନ ଭୋଜନ ମାମଲା । ଗତ ୯୦ ଦିନ ରେ ୧୨୦ ଜଣ ଛାତ୍ରଛାତ୍ରୀ ଏହି ବିଶାକ୍ତ ଖାଦ୍ୟର ଶିକାର ହୋଇଛନ୍ତି । ବିଗତ ୧୩ ବର୍ଷ ଭିତରେ ଦେଶରେ ମୋଟ୍ ୯,୬୪୬ ଜଣ ଏହି ବିଶାକ୍ତ ଖାଦ୍ୟର ଶିକାର ହୋଇସାରିଲେଣି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୨ ପ୍ରତିଶତ ସ୍କୁଲ ପିଲା ଏହାର ଶିକାର ହୋଇଛନ୍ତି । ଯାହାକୁ ନେଇ ସିଏଜି ଆଜି ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ଉଲ୍ଲେଖ୍ୟ ରହିଛି କେବଳ ୨୦୨୨ ରେ ୯୭୯ ଟି ମାମଲା ଦୃଶ୍ୟମାନ ହୋଇଛି । ଯାହାକି ଗତ ୬ ବର୍ଷରେ ଏହା ରେକର୍ଡ କରିଛି । ଖାଦ୍ୟରେ ଝିଟିପିଟି,ମୂଷା,ଅସରପା ଓ ସାପ ପଡିଥିବା ବିଶାକ୍ତ ଖାଦ୍ୟକୁ ଖାଇ ଅସୁସ୍ଥ ହେଉଥିବା ଜଣାପଡିଛି । କର୍ଣ୍ଣାଟକରୁ ସର୍ବାଧିକ ୧୫୨୪ ମାମଲା ସାମ୍ନାକୁ ଆସିଥିବା ବେଳେ ଓଡିଶାରେ ୧୩୨୭,ତେଲେଙ୍ଗାନାରେ ୧୦୯୨,ବିହାରରେ ୯୫୦ ଓ ଆନ୍ଦ୍ରପ୍ରଦେଶରେ ୭୯୪ ଟି ମାମଲା ସାମ୍ନାକୁ ଆସିଛି । ଏହି ମାମଲାକୁ ସିଏଜି ତଦାରଖ କରୁଥିବା ବେଳେ ସିଏଜିର ଅଡିଟିରୁ ସ୍ପଷ୍ଟ ହୋଇଛି ଯେ ଉପଯୁକ୍ତ ଭିତ୍ତିଭୂମିର ଅଭାବ, ତଦାରଖର ଅଭାବ,ଅନିୟମିତତା ଲାଇସେନ୍ସ, ସୀମିତ ରିପୋଟିଂ ଓ ମତାମତ ଗ୍ରହଣ ବ୍ୟବସ୍ଥାର ଅବହେଳା ହିଁ ଏହାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ୍ୟ କରାଯାଇଛି । ଗତ ୨୦୧୯ରେ ମଧ୍ୟପ୍ରଦେଶରେ ୧୧୦ ଜଣ ବିଶାକ୍ତ ଖାଦ୍ୟରେ ଅସୁସ୍ଥ ହୋଇଥିବା ସିଏଜି ଏକ ମାମଲାରେ ଧରିଥିଲେ । ଏଥିପାଇଁ ଦୋଷୀଙ୍କ ବିରୋଧରେ କୈ÷ାଣସି କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇନି । ମଧ୍ୟପ୍ରଦେଶରେ ୧୪,୫୦୦ ସ୍କୁଲରେ ରୋଷେଇ ଘର ନାହିଁ ଅର୍ଥାତ୍ ଖୋଲା ଆକାଶ ତଳେ ଏବେ ବି ରୋଷେଇ ଚାଲିଛି । ସେହିପରି ଅରୁଣାଚଳ ପ୍ରଦେଶରେ ୪୦ ପ୍ରତିଶତ ସ୍କୁଲରେ ରୋଷେଇ ଘର ଛପର ନାହିଁ । ଛତିଶଗଡରେ ମଧ୍ୟ ସମାନ ପରିସ୍ଥିତି ୮,୯୩୨ ସ୍କୁଲରେ ଖୋଲା ଆକାଶ ତଳେ ରୋଷେଇ ହେଉଥିବା ସିଏଜି ଚଢାଉ କରିଥିଲା । ପ୍ରୋଟକଲ ଅନୁଯାୟୀ ଖାଦ୍ୟ ଥାଳିରେ ଖାଦ୍ୟ ପରସିବା ବେଳେ ଭୋଜନର ତାପମାତ୍ରା ୬୫ ଡିଗ୍ରୀରୁ ଅଧିକ ରହିବା ଦରକାର । ଯାହାକି ପାଳନ ଏହାକୁ କରାଯାଉନିା ଗୁଜୁରାଟରେ ଏକ ଏନ୍ଜିଓ ତରଫରୁ ଦିଆଯାଉଥିବା ଖାଦ୍ୟ ସଂପୂର୍ଣ୍ଣ ଥଣ୍ଡା ଥିବା ସିଏଜି ଅଡିଟି ବେଳେ ଧରିଥିଲେ । ଥରେ ଭାବନ୍ତୁ ତ ଏହି ପରିସ୍ଥିତିରେ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି କେତେ ସୁରକ୍ଷିତ ? କିନ୍ତୁ ଚିନ୍ତାର ବିଷୟ ସ୍କୁଲ ପିଲା କିଭଳି ଭାବେ ଏଥିରୁ ସୁରକ୍ଷା ପାଇବେ ଆଉ କଣ ପାଇଁ ସରକାର ଏ ଦିଗରେ ସଚେତନ ହଉନାହାନ୍ତି ଯାହାକୁ ନେଇ ଚିନ୍ତାରେ ଅଭିଭାବକ ।