ଆଉ ନାହାନ୍ତି  ମିଥିଲେଶ ଚତୁର୍ବେଦୀ

0

ମୁମ୍ବାଇ: ବଲିଉଡ ଜଗତରେ ଖେଳିଯାଇଛି ଶୋକର ଛାୟା | ଆଉ ନାହାନ୍ତି ବଲିଉଡର ଜଣାଶୁଣା ଅଭିନେତା ମିଥିଲେଶ ଚତୁର୍ବେଦୀ |ଗତକାଲି ସନ୍ଧ୍ୟାରେ ତାଙ୍କର ହୃଦଘାତ କାରଣରୁ ମୃତ୍ୟ ହୋଇଛି |ସେ ଲଖନଉରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଏକ ଗଣମାଧ୍ୟମ ସୂଚନା ଅନୁସାରେ ତାଙ୍କୁ ହାର୍ଟ ଆଟାକ ଆସିଥିଲା | ଏହା ପରେ ସେ ସୁସ୍ଥ ହୋଥିଲେ କିଛି ସମୟ ପରେ ତାଙ୍କୁ ନିଜ ହୋମ୍ ଟାଉନକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ମିଥିଲେଶ ଚତୁର୍ବେଦୀ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି କେବଳ ସେତିକି ନୁହେଁ ସେ ଅନେକ ଟେଲି ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି | ସେ  କୋଇ ମିଲ ଗୟା, ସତ୍ୟ, ଗଦର: ଏକ ପ୍ରେମ କଥା,ଫିଜା,ବଣ୍ଟି ଅର ବବଲି, କୃଷ୍ଣ, ତାଲ, ମୋହଲା ଆସୀ ଏବଂ ରେଡି ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ୱେବ୍ ସିରିଜ୍ ସ୍କାମ ୧୯୯୨: ଦ ହନସଲ୍ ମେହେତା ଷ୍ଟୋରୀରେ ମଧ୍ୟ କାମ କରିଥିଲେ ।ତେବେ ବଲିଉଡ ଜଗତକୁ ବଡ ଶକ୍ତ ଧକା ଲାଗିଛି |