Reporters Today
ରାଜନୀତି

ମୋଦିଙ୍କ ଗସ୍ତ କାଳରେ ପଦ୍ମ ଧରିବେ ମିଥୁନ

କୋଲକାତା: ପଶ୍ଚିମବଙ୍ଗ ବିଜେପିରେ ସାମିଲ ହେବେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତି। ମାର୍ଚ୍ଚ ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଶ୍ଚିମ ବଙ୍ଗ ଗସ୍ତ କାଳରେ ସେ ବିଜେପିରେ ସାମିଲ ହେବେ । ଗତମାସରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ମିଥୁନଙ୍କ ସାକ୍ଷାତ ପରେ ସେ ବିଜେପିରେ ସାମିଲ ହେବାକୁ ନେଇ ସଙ୍କେତ ମିଳିଥିଲା, ଯାହାକୁ ମିଥୁନ ଖଣ୍ଡନ କରିଥିଲେ ।
ଆସନ୍ତା ମାର୍ଚ୍ଚ ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ରାଜ୍ୟର ପ୍ରଥମ ନିର୍ବାଚନ ସଭାକୁ ସମ୍ବୋଧିତ କରିବେ। ଏହି କାର୍ୟ୍ୟକ୍ରମ ଅବସରରେ ମିଥୁନ ପଦ୍ମ ଧରିବେ ବୋଲି ଜଣାପଡିଛି। ଏହି ଜନସମାବେଶ ଦେଶର ରାଜନୈତିକ ଇତିହାସର ସବୁଠୁ ବଡ଼ ନିର୍ବାଚନ ରାଲି ହେବ ବୋଲି ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ବିଜେପି ନିର୍ବାଚନ ପ୍ରଭାରୀ କୈଳାଶ ବିଜୟ ବର୍ଗିୟ କହିଥିଲେ। ଏହି ରାଲିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ଲକ୍ଷ ଲୋକଙ୍କ ଆଗମନ ହେବ ବୋଲି ବିଜୟବର୍ଗିୟ କହିଥିଲେ।

 

Related posts

ପ୍ରକାଶଙ୍କ ନିର୍ବାଚନ ରାଲିରେ ବୈଜୟନ୍ତ

Report

ନବୀନଙ୍କ ଝାରସୁଗୁଡ଼ା ଗସ୍ତକୁ ନେଇ ବିଜେପି ଉଠାଇଲା ବିରୋଧର ସ୍ୱର

Report

ନଜରବନ୍ଦୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ!

Report

Leave a Comment