ମୁକ୍ତ ହେଲା ଦେଢ ବର୍ଷ ହେବ ବନ୍ଦୀ ଥିବା ନରହନ୍ତା ହାତୀ

ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦେଢ ବର୍ଷ ହେବ ବନ୍ଦୀ ହୋଇଥିବା ନରହନ୍ତା ହାତୀକୁ ମୁକ୍ତି ମିଳିଛି । ଚନ୍ଦୌଲି ଜିଲ୍ଲାରେ ବବୁରୀ ମେଳାରେ ୨୬ ଅକ୍ଟୋବର ୨୦୧୯ରେ ହାତୀ ମିଠୁ ରାମ ଶଙ୍କର ନାମକ ଜଣେ ବ୍ୟକ୍ତିଙ୍କୁ କଚାଡି ହତ୍ୟା କରିଥିଲା।

0

(ବାରଣାସୀ) : ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦେଢ ବର୍ଷ ହେବ ବନ୍ଦୀ ହୋଇଥିବା ନରହନ୍ତା ହାତୀକୁ ମୁକ୍ତି ମିଳିଛି । ଚନ୍ଦୌଲି ଜିଲ୍ଲାରେ ବବୁରୀ ମେଳାରେ ୨୬ ଅକ୍ଟୋବର ୨୦୧୯ରେ ହାତୀ ମିଠୁ ରାମ ଶଙ୍କର ନାମକ ଜଣେ ବ୍ୟକ୍ତିଙ୍କୁ କଚାଡି ହତ୍ୟା କରିଥିଲା। ସେବେଠାରୁ ଏହି ନରହନ୍ତା ହାତୀ ରାମନଗର ବନ୍ୟଜନ୍ତୁ ସଂରକ୍ଷଣ ବିଭାଗରେ ବନ୍ଦୀ ହୋଇଥିଲା। ଖରା, ବର୍ଷା ଓ ଭୀଷଣ ଗରମରେ ଗୋଟିଏ ଜାଗାରେ ରହି ଏହି ହାତୀ ସଜା କାଟିବା ପରେ ଏବେ ମୁକ୍ତ ହୋଇଛି। ଏହାକୁ ଏବେ ଲକ୍ଷ୍ମୀପୁର ଖିରି ସ୍ଥିତ ଦୁଧୱା ନ୍ୟାସନାଲ ପାର୍କକୁ ପଠାଯାଇଛି।

ମିଠୁ ହାତୀକୁ ମୁକ୍ତ କରିବା ପାଇଁ ହାଇକୋର୍ଟରେ ଅପିଲ ହୋଇଥିଲା। ଲକଡାଉନ କାରଣରୁ ଏହି ମାମଲାର ଶୁଣାଣି ହୋଇପାରି ନଥିଲା। ୨୦୨୦ ଜୁନରେ ହାତୀକୁ ବନ ବିଭାଗ ପକ୍ଷରୁ ଦୁଧୱା ନ୍ୟାସନାଲ ପାର୍କ ପଠାଇବାକୁ ବ୍ୟବସ୍ଥା କରାଯାଇଥିଲା। ହେଲେ ସେହି ଦିନ ହାତୀ ମତୁଆଲା ହେବାରୁ ତାକୁ ସ୍ଥାନାନ୍ତର କରାଯାଇ ନଥିଲା।