ଓଡିଶା

ବ୍ରହ୍ମଚର୍ଯ୍ୟକୁ ପଛରେ ପକାଇ ହାତକୁ ଦି ହାତ ହେବେ ବିଧାୟକ

(ଭୁବନେଶ୍ୱର): ଯୁବାବସ୍ଥାରେ ପ୍ରେମ ଏକ ସାଧାରଣ କଥା । କିନ୍ତୁ ଜଣେ ଯୁବ ବିଧାୟକଙ୍କ ପ୍ରେମକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଯୁବ ବିଧାୟକ ଜଣକ ଜଣେ ଯୁବତୀଙ୍କ ସହ ଦୀର୍ଘ ଦିନ ଧରି ରିଲେସନସିପରେ ରହିବାକୁ ନେଇ ଚର୍ଚ୍ଚା । କିଛି ଦିନ ତଳେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହୋଇଥିଲା । ଏହାକୁ ସୋସିଆଲ ମିଡିଆରେ ଗୁଡାଏ ଲାଇକ୍ ଓ କମେଣ୍ଟ ମଧ୍ୟ ମିିଳିଥିଲା । କିନ୍ତୁ ଯୁବତୀ ଜଣକ କିଏ ଏବଂ କେଉଁଠାର ତାହା ଜଣାପଡିନାହିଁ । ତେବେ ବର୍ତ୍ତମାନ ଚର୍ଚ୍ଚାରେ ଥିବା ଯୁବ ବିଧାୟକଙ୍କ ସେ ଗାର୍ଲଫ୍ରେଣ୍ଡ ହୋଇଥାଇ ପାରନ୍ତି ବୋଲି କୁହାଯାଉଛି ।
ଶୁଣିବାକୁ ମିଳୁଛି, ସେମାନେ ଦିନେ ଗୋଟିଏ କଲେଜରେ ପାଠ ପଢୁଥିଲେ । ଉଭୟଙ୍କ ବ୍ୟାକଗ୍ରାଉଣ୍ଡ ମଧ୍ୟ ଷ୍ଟ୍ରଙ୍ଗ । ଏବେ ବିଧାୟକ ଜଣକ ରାଜନୀତିର ଜଣେ ଆଗଧାଡିର ନେତା ହେବା ସହ ଯୁବପିଢିଙ୍କ ମଧ୍ୟରେ ବେଶ ଜଣାଶୁଣା ଚେହେରା । ତାଙ୍କ ଗାର୍ଲଫ୍ରେଣ୍ଡ ମଧ୍ୟ ଜଣେ ଉଚ୍ଚ ଖାନଦାନର ଝିଅ । ଉଭୟଙ୍କ ଯୋଡି ମଧ୍ୟ ଦମଦାର । ତେବେ କିଛି ଦିନ ତଳେ ଯୁବତୀ ଜଣକ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ କି ସେ ବିଧାୟକଙ୍କ ଗାର୍ଲଫ୍ରେଣ୍ଡ ବୋଲି ସାମାନ୍ୟ ହିଣ୍ଟ ମଧ୍ୟ ଦେଇଥିଲେ । ଆଉ ଏହାପରେ ଏବେ ସବୁ ମହଲରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ।
ଗୋଟିଏ ପଟେ ଦୁଇ ହଟ୍ ଯୋଡିଙ୍କ ପ୍ରେମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିବା ବେଳେ ଯୁବ ବିଧାୟକ ଜଣକ କିନ୍ତୁ ବିବାହ କରିବେ ନାହିଁ, ଆଜନ୍ମ ବ୍ରହ୍ମଚର୍ଯ୍ୟ ଗ୍ରହଣ କରିବେ ବୋଲି କହୁଥିଲେ । ବୋଧହୁଏ ରାଜନୀତିରେ ସେ ଟିକେ ଆକ୍ଟିଭ ରହିବାକୁ ଚାହୁଁଛନ୍ତି । କିନ୍ତୁ ଏବେ କୁଆଡେ ବିଧାୟକ ବିବାହ କରିବାକୁ ଯାଉଛନ୍ତି । ବ୍ରହ୍ମଚର୍ଯ୍ୟକୁ ପଛରେ ପକାଇ ପ୍ରେମିକାଙ୍କ ପ୍ରେମରେ ଚିରଦିନ ବାନ୍ଧିହୋଇ ରହିବାକୁ ମନ ସ୍ଥିର କରିଛନ୍ତି । ପୂର୍ବରୁ ଦୁହିଁଙ୍କ ମିଳାମିଶାକୁ ନେଇ କେହି ଗୁରୁତ୍ୱ ଦେଇନଥିଲେ । କାରଣ ସେତେବେଳେ ଉଭୟଙ୍କ ସମ୍ପର୍କ ବିଷୟରେ ଖୁଲାସା ହୋଇନଥିଲା । ଦୀର୍ଘ ଦିନରୁ ବିଧାୟକଙ୍କ ସହ ଯୁବତୀ ଜଣକ ରିଲେସିନସିପରେ ରହିଥିବା ବେଳେ କେହି ଏହାର ସୁରାକ ସୁଦ୍ଧା ପାଇନଥିଲେ । କିନ୍ତୁ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ ପରେ ଦୁହିଁଙ୍କୁ ନେଇ ଏବେ ଚର୍ଚ୍ଚା ଥମୁନି ।
ଦୀର୍ଘ ଦିନ ଧରି ଯୁବ ବିଧାୟକ ଓ ଯୁବତୀଙ୍କ ଚୋରା ପୀରତିର ଗୁମର କେଇଦିନ ତଳେ ସୋସିଆଲ ମିଡିଆରେ ଖୋଲିଯିବା ପରେ ଏବେ ଦୁହେଁ କ୍ୟାରିଅର ପ୍ରତି ଫୋକସ କରିବାକୁ ଚାହୁଁଥିବା କୁହାଯାଉଛି । ଦୁହିଁଙ୍କ ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚାର ପ୍ରଭାବ ଏବେ ଉଭୟଙ୍କ କ୍ୟାରିଅର ଉପରେ ପଡିବାର ଆଶଙ୍କା କରି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଶୁଣିବାକୁ ମିଳୁଛି । ଆଉ ଏହି ବ୍ରହ୍ମଚାରୀ ଯୁବ ବିଧାୟକ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସମାଜ ଓ ଦଳର ସେବା ଅନେକ ହେଲା, ଏବେ ନିଜ ପାଇଁ ସମୟ ଦେବାକୁ ବିଧାୟକ ବ୍ୟାକୁଳ ଥିବା ଶୁଣିବାକୁ ମିଳୁଛି ।

Related posts

ମହାନଦୀରେ ହାତୀ ଛୁଆର ମୃତ୍ୟୁ

Report

ଘରୋଇ ବସ ଉପେରେ ୫ ଲକ୍ଷ ଟଙ୍କା ଜୋରିମନା

Report

ମଣ୍ଡିରୁ ଉଠିନି ଧାନ,ଚିନ୍ତାରେ ଚାଷୀ

Report

Leave a Comment