ମୋ ବସରେ ମାତିଛନ୍ତି ସୁଟ ବୁଟ ପିନ୍ଧା ପକେଟ ମାର ଲୁଟେରା

0

ଭୁବନେଶ୍ୱର : ସାବଧାନ ମୋ ବସ ଯାତ୍ରୀ | ମୋ ବସରେ ମାତିଛନ୍ତି ସୁଟ ବୁଟ ପିନ୍ଧା ପକେଟ ମାର ଲୁଟେରା | ଭଦ୍ର ବେଶରେ ସୁଟ ବୁଟ ପିନ୍ଧି ବସରେ ଆସୁଛନ୍ତି, ଲୁଟି ନେଇଛନ୍ତି ଦାମୀ ମୋବାଇଲ । ମୋ ବସର ୧୮ ନମ୍ବର ବସ ଯାତ୍ରୀଙ୍କ ଠାରୁ ଦୁଇଟି ଦାମୀ ମୋବାଇଲ ଲୁଟ୍ ହୋଇଛି।ଗୋଟିଏ ଫାୟାର ଷ୍ଟେସନ ଛକ ଓ ଜୟଦେବ ବିହାର ଛକରୁ ପକେଟ୍ ମାର କରିଛନ୍ତି ଲୁଟେରା।

ଘଟଣା ସ୍ଥଳରେ PCR ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିଛି । କିନ୍ତୁ ସମସ୍ତଙ୍କୁ ଚକମା ଦେଇ ଚତୁରତାର ସହ ଖସି ଯାଇଛି ମୋବାଇଲ ଲୁଟେରା। ଏ ନେଇ ନୟାପଲ୍ଲୀ ଥାନାରେ ଦୁଇଟି ଅଭିଯୋଗ ହୋଇଛି।