ମହାମାୟୀ ମହିଳା କଲେଜରେ ମୋବାଇଲ ନିଷେଧ

ଅସନ୍ତୋଷ ବ୍ୟକ୍ତ କଲେ ଛାତ୍ରୀ

0

ବ୍ରହ୍ମପୁର: ଡିଜିଟାଲ ଯୁଗରେ ସ୍ମାର୍ଟ ଫୋନ ଉପରେ କଟକଣା ଲଗାଇଛନ୍ତି ବ୍ରହ୍ମପୁର ମହାମାୟୀ ମହିଳା କଲେଜର କର୍ତ୍ତୃପକ୍ଷ । ଯାହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କଲେଜ ଅଧ୍ୟକ୍ଷ ସ୍ମାର୍ଟଫୋନ ସହିତ କଲେଜ ଭିତରକୁ ପ୍ରବେଶ ନକରିବା ପାଇଁ ନେଟିସ ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ସଂପ୍ରତି ଛାତ୍ରୀମାନଙ୍କର ବ୍ୟାଗ ଚେକ କରାଯାଇ କଲେଜ କ୍ୟାମ୍ପସ ଭିତରକୁ ଛଡାଯାଉଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି । ଜୁଲାଇ ୩୦ ତାରିଖରୁ ଏହି ଗାଇଡଲାଇନ ଜାରି କରିବା ଫଳରେ ଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଛାତ୍ରୀମାନେ ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଛନ୍ତି । କରୋନା ମହାମାରୀ ସମୟରେ ପିଲାମାନେ ଅନଲାଇନ ପାଠପଢା ଲାଗି ମୋବାଇଲ ଫୋନ କିଣିଥିଲେ । ବର୍ତ୍ତମାନ କଣ ପାଇଁ ଏହାକୁ ବ୍ୟାନ କରାଗଲା ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି । ଏପଟେ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ଠିକ ଥିବା ଦର୍ଶାଇଛନ୍ତି । କଲେଜରେ ଭଲ ରେଜଲ୍ଟ ଓ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି । ସେପଟେ ଏ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଛାତ୍ରୀମାନେ ଜିଦରେ ଅଟଳ ରହିଛନ୍ତି ।