କୋଭିଡ ସ୍ଥିତି ଉପରେ ମୋଦି-ନବୀନ ଆଲୋଚନା

0

ଭୁବନେଶ୍ୱର: ସାରା ଦେଶରେ ଭୟଙ୍କର ରୂପ ଧାରଣ କରିଛି ମହାମାରୀ କରୋନା । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କୋରୋନାରେ ଆକ୍ରାନ୍ତ ହେଉଥିବା ବେଳେ ଶହଶହ ଲୋକ ଏହି ଭୂତାଣୁରେ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ ଆହୁରି ଅଧିକ ଚିନ୍ତା ବଢାଇଛି ଅକ୍ସିଜେନର ଅଭାବ । ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ, କେରଳ, ଉତ୍ତରପ୍ରଦେଶ ଭଳି ରାଜ୍ୟ ମାନଙ୍କରେ ହଜାର ହଜାର ରୋଗୀ ଚିଂହ୍ନଟ ହେଉଥିବା ସମୟରେ ମେଡିକାଲରେ ଅକ୍ସିଜେନର ଅଭାବ ଚିକିତ୍ସାରେ ବାଧା ସୃଷ୍ଟି କରିଛି । ତେବେ ଏ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ଅକ୍ସିଜେନ ଅଭାବକୁ ପୂରଣ କ୍ଷେତ୍ରରେ ଓଡିଶା ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଅକ୍ସିଜେନ ଅଭାବରୁ କିଛି ଜିଲ୍ଲାରେ ଅନେକ କୋରୋନା ରୋଗୀ ପ୍ରାଣ ହରାଉଛନ୍ତି । ତେଣୁ କେନ୍ଦ୍ରକୁ ଦାୟୀ କରିବା ସହ ଶୀଘ୍ର ଅକ୍ସିଜେନ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଗୁହାରୀ ଜଣାଇଛନ୍ତି ବିଭିନ୍ନ ରାଜ୍ୟର ସରକାର । ଦେଶରେ ଥିବା ଶିଳ୍ପ ସଂସ୍ଥାଗୁଡିକ ଉତ୍ପାଦନ କରୁଥିବା ଅକ୍ସିଜେନକୁ କେନ୍ଦ୍ରସରକାରଙ୍କୁ ଦେବେ ଏବଂ ସରକାର ଏହାକୁ ବିଭିନ୍ନ ମେଡିକାଲକୁ ପଠାଇ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବେ ।