ଏଥର ଦୁର୍ଦ୍ଦଶା ପାଇଁ କରୋନା ନୁହେଁ, ମୋଦୀ-ଶାହା ଦାୟୀ

0

ଭୁବନେଶ୍ୱର/ ରାଜେଶ ସାହୁ: ଦେଶରେ କରୋନା ସ୍ଥିତି ଭୟଙ୍କର । ସଂକ୍ରମଣ ଦିନକୁ ୩ଲକ୍ଷ ଟପିବା ବେଳେ ମୃତ୍ୟୁ ସଂଖ୍ୟା ୨ ୫୦୦ ଛୁଇଁବାକୁ ଯାଉଛି । ରାଜ୍ୟର ସ୍ଥିତି ମଧ୍ୟ ଭୟଙ୍କର ହେବାରେ ଲାଗିଛି । ପୂର୍ବଥର ଅପେକ୍ଷା ସଂକ୍ରମଣ ଖୁବ ଅôଧକ । ଅମ୍ଳଜାନ ଅଭାବରୁ ଶତାଧିକ ରୋଗୀ ମରୁଛନ୍ତି । ଡାକ୍ତରଖାନାରେ କରୋନା ଚିକିତ୍ସା ବ୍ୟବସ୍ଥା ପର୍ୟ୍ୟାପ୍ତ ନୁହେଁ । ଦେଶର ଅର୍ଥନୀତି ଗତବର୍ଷ ଅପେକ୍ଷା ଆହୁରି ଅଧିକ ଖରାପ ହେବ। ବେରୋଜଗାରୀ ବଢ଼ିବ । ଏପରି ସ୍ଥିତିରେ ସରକାରରେ ଥିବା ଅହଂକାରୀ ବାହାଦୁରୀଆ ଶାସକ ଶ୍ରେଣୀ ଅନ୍ତତଃ ଆତଙ୍କ ସୃଷ୍ଟି ନକରି ଚୁପ୍ ରହିବା ଉଚିତ ।
ଦେଶର ଏହି ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଉ ଗୃହମନ୍ତ୍ରୀ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ହିଁ ଦାୟୀ। ଆଜି ଯଦି ଦେଶରେ କରୋନାଜନିତ ଏପ୍ରକାର ବିପର୍ୟ୍ୟୟ ଘନୀଭୂତ ହୋଇଛି ସେଥିପାଇଁ ଭାରତ ସରକାର ଆଉ ଶାସନରେ ଥିବା କୁହାଳିଆ ମନ୍ତ୍ରୀ ନେତାମାନେ ଦାୟୀ।
ସେମାନେ ଦେଶରେ କରୋନାଟିକାର ଅଭାବ ଥିବାବେଳେ ବିଦେଶକୁ ରପ୍ତାନୀକରି ବାହାବାହା ସାଉଁଟୁଥିବା ଓ ଶିଳ୍ପପତିମାନଙ୍କୁ ଧନ ସାଉଁଟିବାର ସୁଯୋଗ ଦେଉଥିବା ଦେଖାଦେଲା । ସିରମ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ କୋଭିସିଲ୍ ଟିକାର ମୂଲ୍ୟ ପ୍ରାଇଭେଟ ହସ୍ପିଟାଲ ପାଇଁ ୬୦୦ଟଙ୍କା କାହିଁକି ରଖାଯାଉଛି । ଅଥଚ ସରକାରୀ ହସ୍ପିଟାଲ ଙ୍କ ପାଇଁ ୪୦୦ ଟଙ୍କା ରଖାଯାଇଛି । ଗୋଟିଏ ରେଟ୍ ହେଲା ନାହିଁ କାହିଁକି । ୨୦୨୦ମସିହାରେ ସଂକଟକାଳରେ ଅମ୍ଳଜାନ ଅଭାବକୁ ନେଇ କଂଗ୍ରେସ ନେତାମାନେ ପୂର୍ବରୁ ଚେତାଇଥିବା ସତ୍ତେ୍ ବାହାବାହା ସାଉଁଟିବା ପାଇଁ ଗତ ଜାନୁଆରୀରେ ୯୨୯୪ ମେଟ୍ରିନ୍ ଅମ୍ଳଜାନ ବିଦେଶକୁ ରପ୍ତାନୀ ହେଲା । ଅଳ୍ପଦିନ ତଳେ ଏପ୍ରିଲ ୧୭ ତାରିଖରେ ଅକ୍ସିଜେନ୍ ଆମଦାନୀ ହେବ ବୋଲି କୁହାଯାଇଥିଲା । କେହି ଦେଲେ ନାହିଁ । ଅତ୍ୟନ୍ତ ସଂକଟମୟ ସ୍ଥିତି ଉପୁଜିଛି ।
ଆଜିର ଏହି ଅବ୍ୟବସ୍ଥା ପାଇଁ କରୋନାକୁ ଦୋଷଦେଇ ମୋଦୀ, ସାହା, ହର୍ଷବର୍ଦ୍ଧନ ଖସିଯାଇପାରିବେ ନାହିଁ । କୁହାଳିଆଗିରି ଛାଡ଼ନ୍ତୁ । ଅନ୍ତତଃ ଦେଶକୁ ଅଧୁକରୁ ଅଧୁକ ସଂକଟ ଆଣିବା ବନ୍ଦ କରନ୍ତୁ ।