ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଜାତୀୟ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି ମୋଦି । ଗୁଜରାଟର ଗାନ୍ଧୀନଗରରୁ- ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା କରିବ ଏହି ଏକ୍ସପ୍ରେସ । ଏହି ଟ୍ରେନରେ ଖୋଦ ପ୍ରଧାନମନ୍ତ୍ରୀ ବସି ସମସ୍ତ ବ୍ୟବସ୍ଥାକୁ ତଦାରଖ କରିଥିଲେ । କାଳୁପୁର ଷ୍ଟେସନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏହି ଟ୍ରେନରେ ଯାତ୍ରା କରିଥିଲେ । ଏହି ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ,ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ରେଳ ମନ୍ତ୍ରୀ ଅଶ୍ୁିନ ବୈ÷ଷ୍ନବ ଓ କେନ୍ଦ୍ର ଗୃହ ଓ ସହରାଚଂଳ ବ୍ୟାପାର ମନ୍ତ୍ରୀ ହରଦୀପି ସିଂ ପୁରୀ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଏହି ଟ୍ରେନରେ ଯାତ୍ରା କରିବା ସମୟରେ ରେଳ ବିଭାଗ କର୍ମଚାରୀଙ୍କ ପରିବାର ସଦସ୍ୟ, ମହିଳା ଉଦ୍ୟୋଗପତି, ଗବେଷକ ଓ ଯୁବକ,ଯୁବତୀଙ୍କ ସହ ବିନିମୟ କରିଥିଲେ । ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ପାଇଁ କାର୍ଯ୍ୟ କରିଥିବା ସମସ୍ତ କର୍ମଚାରୀଙ୍କ ସହ ମଧ୍ୟ ବିନିମୟ କରିଥିଲେ ।
ଏହି ଏକ୍ସପ୍ରେସ ମାଧ୍ୟମରେ ଦୁଇ ରାଜ୍ୟ ମଧ୍ୟରେ ଅନେକ ବାଣିଜ୍ୟକ ସର୍ମ୍ପକ ସୃଷ୍ଟି ହେବା ସହ ଅନେକ ବ୍ୟବସାୟ ପ୍ରତିଷ୍ଟାନ ସୃଷ୍ଟି ହୋଇପାରିବ । ଏହି ବନ୍ଦେ ଭାରତ ଏକ୍ସପପ୍ରେସକୁ ୨.୦ ରେ ନାମିତ କରାଯାଇଛି । ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଉଚ୍ଚମାନର ବିମାନ ଭଳି ଦକ୍ଷତା ରହିଛି । ଏହି ଏକ୍ସପ୍ରେସ ଗାନ୍ଧୀନଗରରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ପ୍ରାୟ ୬ ରୁ ୭ ଘଣ୍ଟା ସମୟ ଲାଗିବ । ଏହି ଏକ୍ସପ୍ରେସ ୫୨ ସେକେଣ୍ଡ ମଧ୍ୟରେ ୧୦୦ କିମି ଦ୍ୁରତ୍ୁ ଅତିକ୍ରମ କରିବା ସହ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଗତି କରିପାରିବ । ଏଥିରେ ଓାଇଫାଇ ସୁବିଧା ଉପଲବ୍ଧ ରହଛି । ଏଥି ସହିତ ପ୍ରତ୍ୟେକ ବଗି ରେ ୩୨ ଇଚିଂ ର ପରଦା ମାଧ୍ୟମରେ ମନୋରଜଂନ ପରିବେଶଣ କରାଯିବ । ପ୍ରଦୂଷଣ ମୁକ୍ତ ତଥା ସ୍ୁଚ୍ଛ ପରିବେଶରେ ଯାତ୍ରା କରିବାରେ ଯାତ୍ରୀମାନଙ୍କୁ ବେଶ ଆରାମଦାୟକ ଅନୁଭବ କରାଇବ ।