ସର୍ବ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ ମୋଦି

0

ନୂଆଦିଲ୍ଲୀ : ଆଜି ସର୍ବଭାରତୀୟ ସମ୍ମିଳନୀ । ସେଠାରେ ଆଇନ ମନ୍ତ୍ରୀ ଏବଂ ଆଇନ ସଚ୍ଚିବମାନଙ୍କର ସର୍ବ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟ ଏକତା ନଗରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭିସି ଯୋଗ ଦେବାପରେ ଉଦଘାଟନ କରିବେ ନରେନ୍ଦ୍ର ମୋଦି ।

ସମ୍ମିଳନୀ ଆୟୋଜିତ ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଭାରତୀୟ ଆଇନ ଏବଂ ନ୍ୟାୟିକ ବ୍ୟବସ୍ଥା ସହ ଆଲୋଚନା କରିବା ପାଇଁ ଏକ ସାଧାରଣ ଫୋରମ୍ ଯୋଗାଇବା ।ଏବଂ କିଛି ବିବାଦ ସମାଧାନର ବିକଳ୍ପ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯିବ । ଆରବିଟ୍ରେସନ ଏବଂ ସ୍ୱଳ୍ପ ବ୍ୟୟରେ ଶୀଘ୍ର ନ୍ୟାୟ ପାଇଁ ମଧ୍ୟସ୍ଥତା ପରି ବିଷୟଗୁଡିକ ଉପରେ ଆଲୋଚନା କରାଯିବ । ସାମଗ୍ରିକ ଭାବେ ଆଇନ ଭିତ୍ତି ଭୂମିର ନବୀକରଣ, ପୁରୁଣା ନିୟମ ହଟାଇବା, ନ୍ୟାୟ ପାଇବାରେ ଉନ୍ନତି ଆଣିବା, କେନ୍ଦ୍ର-ରାଜ୍ୟ ମଧ୍ୟରେ ଉନ୍ନତ ସମନ୍ୱୟ ପାଇଁ ରାଜ୍ୟ ବିଲ୍ ସମ୍ବନ୍ଧୀୟ ପ୍ରସ୍ତାବରେ ସମାନତା ଆଣିବା ନେଇ ମଧ୍ୟ ଆଲୋଚନା ହେବ ।