ଜେଲେନସ୍କିଙ୍କ ସହ କଥା ହେବେ ମୋଦି

0

ନୂଆଦିଲ୍ଲୀ: ୟୁକ୍ରେନୀୟ ରାଷ୍ଟ୍ରପତି  ଜେଲେନସ୍କିଙ୍କ ସହିତ ଆଜି ଫୋନ୍ ଯୋଗେ କଥାବାର୍ତ୍ତା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୂଚନା ଅନୁସାରେ ଋଷ–ୟୁକ୍ରେନର ଏପରି ତୀବ୍ରତାର ସମାଧାନ ନେଇ ଦୁଇ ଦେଶ ସହ କଥା ହୋଇ ପାରିନ୍ତ ମୋଦି । ରୁଷ୍ ୟୁକ୍ରେନ୍ ଆକ୍ରମଣ କରିବା ପରେ ଭାରତର ସହଯୋଗ ଲୋଡ଼ି ତୁରନ୍ତ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିଥିଲେ।

ଏ ବିଷୟରେ ଟୁଇଟ୍ କରି ଜେଲେନସ୍କି ଲେଖିଥିଲେ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହେଲି। ଆମ ଦେଶରେ ଅନେକଙ୍କର ପ୍ରାଣ ଗଲାଣି ଏବଂ ଆବାସିକ କିଠା ବାଡି ଆଦି ଧ୍ୱଂସ କରି ଦେଲେଣି ଋଷ ସୈନ୍ୟ । ଜାତିସଂଘ ନିରାପତ୍ତା ପରିଷଦ୍ରେ ରାଜନୈତିକ ସମର୍ଥନ ଦେବାକୁ ଭାରତକୁ ଅନୁରୋଧ କରିଛି।

କିନ୍ତୁ ଭାରତ ୟୁକ୍ରେନ କିମ୍ବା ଋଷ କାହର ପକ୍ଷ ନେଇନାହିଁ କି ବିରୋଧ ମଧ୍ୟ କରିନାହିଁ । ଭାରତ କେବଳ ସେଠରେ ଫଶିଥିବା ଭାରତୀୟଙ୍କୁ ବଞ୍ଚାଇବା ପାଇଁ ଏବଂ ତାଙ୍କୁ ନିରାପତ୍ତା ଦେବାକୁ ଧ୍ୟାନ ଦେଇଥିଲା । ଏହା ଛଡା ଭାରତ ଶାନ୍ତି ପୂର୍ଣ୍ଣ ସମାଧାନ ଚାହୁଁଛି ବୋଲି କହିଛି ।