ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟ ଉପରେ ଗୃହରେ ଜବାବ ରଖିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ | ପଦ୍ମପୁର ଉପନିର୍ବାଚନ ପ୍ରଚାରକୁ ସବୁ ଦଳର ନେତା ଯାଇଛନ୍ତି । ସେଠି କିଏ କଣ କହିଲା ତାହା କଣ ଏଠି ଆଲୋଚନା ହେବା କଥା କି ବୋଲି ପ୍ରଶ୍ନ କଲେ ମୋହନ ମାଝୀ | ପଦ୍ମପୁର କଥା କାହିଁକି ଏଠି ଆଲୋଚନା ହେଲା ? ଏଠି ରାଜ୍ୟର ସ୍ୱାର୍ଥ କିମ୍ବା ଶିକ୍ଷକ ଆନ୍ଦୋଳନ ଚାଲିଛି ସେ ବିଷୟରେ ଆଲୋଚନା ହେଉ । ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ଶିକ୍ଷା ମନ୍ତ୍ରୀ ଙ୍କ ଅନୁପସ୍ଥିତିକୁ ସମାଲୋଚନା କଲେ । ଗାନ୍ଧୀ ମାର୍ଗରେ ଶିକ୍ଷକ ବସିଥିବା ବେଳେ ପଦ୍ମପୁର ରେ ଶିକ୍ଷା ମନ୍ତ୍ରୀ ପ୍ରଚାରରେ ମାତିଛନ୍ତି ବୋଲି କହିଲେ ମୋହନ ।