ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । କଂଗ୍ରେସ ପକ୍ଷରୁ ମଧ୍ୟ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ପ୍ରଭାରୀ ଚେଲା କୁମାର ଓ ସହ ପ୍ରଭାରୀ ରୁଦ୍ର ରାଜୁ ତାଲିକାର ଶୀର୍ଷରେ ରହିଛନ୍ତି | ଆଉ ତାପରେ ପରେ ପିସିସି ସଭାପତି ଶରତ ପଟ୍ଟନାୟକ , କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନାଁ ମଧ୍ୟ ଅଛି ।
ଖାଲି ସେତିକି ନୁହେଁ କଂଗ୍ରେସର ତିନି ପୂର୍ବ ତନ ପିସିସି ସଭାପତିଙ୍କ ନାଁ ଷ୍ଟ୍ରାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛି । ରାଜ୍ୟ କଂଗ୍ରେସରେ ଏବେ ନଅ ଜଣ ବିଧାୟକ ଥିବା ବେଳେ ଜଣେ ସାଂସଦ ଅଛନ୍ତି | ଏମାନଙ୍କ ମଧ୍ୟରୁ ଆଠ ବିଧାୟକ ଓ ଜଣେ ସାଂସଦଙ୍କ ନାଁ ତାଲିକାରେ ସ୍ଥାନ ପାଇଥିବା ବେଳେ କେବଳ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କ ନାଁକୁ ବାଦ ଦିଆଯାଇଛି | ବିଧାୟକ ମହମ୍ମଦ ମୋକିମଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ନମିଳିବା କଂଗ୍ରେସରେ ଶରତ ମୋକିମଙ୍କ କଳିକୁ ରାଜରାସ୍ତାକୁ ନେଇ ଆଣିଛି । ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପୂର୍ବରୁ ମହମ୍ମଦ ମୋକିମ ପିସିସି ସଭାପତି ହେବାକୁ ମନ ବଳାଇଥିଲେ |
ସେଥିପାଇଁ ଅନେକ ଥର ଦିଲ୍ଲୀ ନେତୃୁତ୍ୱଙ୍କ ପାଖରେ ଏହି ପ୍ରସ୍ତାବ ବି ରଖିଥିଲେ ହେଲେ କଂଗ୍ରେସର ଦିଲ୍ଲୀ ନେତୃୁତ୍ୱ ଶରତ ପଟ୍ଟନାୟକଙ୍କ ଭରସା କରିଥିଲେ | ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ କଂଗ୍ରେସର କୈଣସି କାର୍ଯ୍ୟ କ୍ରମରେ ମହମ୍ମଦ ମୋକିମଙ୍କୁ ଦେଖିବାକୁ ମିଳିନଥିଲା । ଏମିତିକି ରଷ୍ଟ୍ରପତି ନିବ।ର୍ଚନରେ ବିରୋଧୀ ପାର୍ଥୀ ୟଶବ ନ୍ତୋ ସିହ୍ନା ଙ୍କୁ ଭୋଟ ନଦେଇ ଏନଡିଏ ପାର୍ଥୀ ଦୌପଦୀ ମୂର୍ମୁଙ୍କୁ ଭୋଟ ଦେଇଥିବା ଗଣମାଧ୍ୟମ ଆଗରେ ସ୍ୱିକାର କରିଥିଲେ |ଏହି କାରଣରୁ କଂଗ୍ରେସ ପକ୍ଷରୁ ମୋକିମଙ୍କୁ କରାଣ ଦର୍ଶାଅ ନୋଟିଲ ଜାରି କରାଜଯାଇଥିଲା।
ଶରତ ପଟ୍ଟନାୟକଙ୍କ ସହ ମୋକିମଙ୍କ ବିବାଦ ରାରଷ୍ଟ୍ରପତି ନିର୍ୱାଚନରେ କଂଗ୍ରେସ ପାର୍ଥୀଙ୍କୁ ଭୋଟ ନ ଦେବା ଏମିତି କିଛି ଘଟଣା ମହମ୍ମଦ ମୋକିମଙ୍କୁ କଂଗ୍ରେସ ଠାରୁ ଦୁରେଇ ରଖିଥିଲା । ଓଆରଏଚଡିସି ଦୁର୍ନୀତି ମାମଲାରେ ମୋକିମଙ୍କୁ ଜେଲ ଦଣ୍ଡା ଦେଶ ଦେବାର ଏକ ଝଟକା ଲାଗିଥିବା ବେଳେ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ମୋକିମଙ୍କ ନାଁକୁ ବାଦ ଦିଆଯିବା ଘଟଣା ମୋକିମଙ୍କ ପାଇଁ ଦଳ ପକ୍ଷରୁ ଆଉ ଏକ ବଡ ଝଟକା ଦିଆଜାଯାଛି | ମୋକିମ ଓ କଂଗ୍ରେସ ମଧ୍ୟରେ ଦେଖାଜାଇଥିବା ଦୂରତା ଆଗାମି ୨୦୨୪ ସାଧାରଣ ନିର୍ବାଚନ ରେ ମୋକିମ କଂଗ୍ରେସରେ ରହୁଛନ୍ତି ନା ଦଳ ପରିବର୍ତନ କରୁଛନ୍ତି ତାହା ଦେଖିବାକୁ ବାକିରହିଲା |