ନବାବ ମଲିକଙ୍କ ପରେ ଏବେ ତାଙ୍କ ପୁଅକୁ ଜେରା କରିବ ଇଡି

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କ ଅଡୁଆ।

0

(ଦିଲ୍ଲୀ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କ ଅଡୁଆ। ନବାବ ମଲିକଙ୍କ ସମେତ ତାଙ୍କ ପରିବାର ଲୋକେ ମଧ୍ୟ ଏବେ ଧୀରେ ଧୀରେ ହଇରାଣ ହେବାରେ ଲାଗିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ନବାବଙ୍କ ଭାଇକୁ ଜେରା କରିଥିବା ବେଳେ ଏବେ ତାଙ୍କ ପୁଅକୁ ଜେରା କରିବ ।

ସୂଚନାନୁଯାୟୀ , ନବାବ ମଲିକଙ୍କ ପୁଅ ଫରାଜ ମଲିକଙ୍କୁ ଇଡି ଏହି ମାମଲାରେ ଏବେ ଜେରା କରିବ। ଏନେଇ ତାଙ୍କୁ ସମନ କିରଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଭଳି ସ୍ଥିତିରେ ଏବେ ଏନ୍‌ସିପି ନେତାଙ୍କ ଅଡୁଆ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ସେପଟେ ଇଡିର ତଦନ୍ତ ପରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ନବାବ। ସେ କୋର୍ଟରେ ନିଜ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି।