ଜୁନ ୪ ତାରିଖ ସୁଦ୍ଧା କେରଳ ଛୁଇଁବ ମୌସୁମୀ -ଆଇଏମଡି

0

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ । ଜୁନ୍ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି କହିଛି ।ଆଇଏମଡି ସୂଚନା ଅନୁସାରେ ଆସନ୍ତା ୩ ସପ୍ତାହ ଯାଏ ଆରବ ସାଗରରେ କୌଣସି ସାଇକ୍ଲୋନ ହେବାର ସମ୍ଭାବନା ନାହିଁ ।ଜୁନ୍ ପହିଲା ସୁଦ୍ଧା ମୌସୁମୀ ପହଞ୍ଚିବାର ସମ୍ଭାବନା ନାହିଁ ।ତେବେ ଜୁନରେ ନିଅଣ୍ଟିଆ ବର୍ଷା ସମ୍ଭାବନା ରହିଛି ।ଆସନ୍ତା ଜୁନ ୧୧-୧୨ ବେଳକୁ ଓଡ଼ିଶାକୁ ମୌସୁମୀ ଆସିବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୋମା ସେନ ରାୟ କହିଛନ୍ତି, “ଆମର ପୂର୍ବାନୁମାନ ହେଉଛି ଏଲ୍ ନିନୋ ରହିବ ଏବଂ ଭାରତ ମହାସାଗର ଡାଇପୋଲ୍ ପଜିଟିଭ୍ ରହିବ। ଏଲ୍ ନିନୋର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ। କିନ୍ତୁ ମୁଁ କହୁଛି ଯେ କେବଳ ଏହି ଗୋଟିଏ କାରଣ ମୌସୁମୀକୁ ପ୍ରଭାବିତ କରେ ନାହିଁ । ଆମ ମୌସୁମୀକୁ ପ୍ରଭାବିତ କରୁଥିବା ଦୁଇ-ତିନୋଟି ବୈଶ୍ୱିକ କାରଣ ଅଛି ।ଏସବୁକୁ ଦୃଷ୍ଟିରେ ରଖି ଆମେ କହିଛୁ ଯେ ମୌସୁମୀ ସ୍ୱାଭାବିକ ହେବାର ସମ୍ଭାବନା ରହିଛି ।