Reporters Today
  • Home
  • ଓଡିଶା
  • ଟଙ୍କାର ସମୁଦ୍ର ଏବେ ପିପିଲି ମଇଦାନ ପାଲଟିଛି
ଓଡିଶା ରାଜନୀତି

ଟଙ୍କାର ସମୁଦ୍ର ଏବେ ପିପିଲି ମଇଦାନ ପାଲଟିଛି

(ଭୁବନେଶ୍ୱର-ର।ଜେଶ ସ।ହୁ) ଟଙ୍କାର ବର୍ଷା ହେଉଛି ପିପିଲି ଚିର୍ବାଚନ ମଇଦାନରେ । ପୁଳା ପୁଳା ନେତା ମନ୍ତ୍ରୀ ସମେତ ପୁଳା ପୁଳା ଟଙ୍କାର ବିଢା ସତେ ଯେମିତି ସୁମଦ୍ର ପରୀ ଦେଖିବାକୁ ମିଳିଛି । ବିଜେପି ଓ ବିଜେଡି ମଧ୍ୟରେ ଦୋଶଲଦାଲଦି ଚିତ୍ର ଏବେ ଲୋକପ୍ରିୟ ହୋବାରେ ଲାଗିଛି । ଏପଟେ ନେତାଙ୍କୁ ପ୍ରଶ୍ନ ଗୋଟିଏ, ଉତ୍ତର ଦେଉଛନ୍ତି ଭୌରୂପୀ ପରୀ । ବିଜେପି ନେତାଙ୍କୁ ପ୍ରଶ୍ନ କରିବାରୁ ଉତ୍ତର ମିଳିବା କଷ୍ଟକର । ଏମିତି କିଛି ଘଟଣା ଘଟିଛି ରାଜ୍ୟ ବିଜେପି କାର୍ୟ୍ୟାଳୟରେ ।

ବିଜେପି ନେତାଙ୍କୁ ପ୍ରଶ୍ନ ଗୋଟିଏ ଆଉ ଉତ୍ତର ଦେଉଛନ୍ତି ଆଉ ଗୋଟିଏ, ପଚାରା ଯାଉଛି ‘କ’ କିନ୍ତୁ ଉତ୍ତର ଆସୁଛି ‘ଗ’ । ଏମିତି କିଛି ଘଟଣା ଘଟିଛି ରାଜ୍ୟ ବିଜେପି କାର୍ୟ୍ୟାଳୟ ଠାରୁ ଆରମ୍ଭ କରି ସିଏଓ ଅଫିସ ପର୍ୟ୍ୟନ୍ତ ଦେଖିବାକୁ ମିଳିଛି । ବିଜେପି ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସମେତ ମନମୋହନ ସାମଲ କେହି ନିଜ ଦଳ ଭୁଲକୁ ମାନିବାକୁ ପସନ୍ଦ ନୁହଁନ୍ତି । ଏମିତି କି ଗତକାଲି (ସୋମବାର) ପିପିଲି ନିକଟରୁ ଦୁଇଜଣଙ୍କ ଠାରୁ ୫୦ ଲକ୍ଷ ଟଙ୍କା ପୋଲିସ ଜବତ ଘଟଣା ନେଇ ଗଣମାଧ୍ୟମ ପ୍ରତିନିଧି ବିଜେପି ସଭାପତିଙ୍କୁ ପ୍ରଶ୍ନ କରିଥିଲେ ।

ସଭାପତି ସିଧାସିଧା ଉତ୍ତର ନଦେଇ ପ୍ରଶ୍ନକୁ ଆଡେଇ କହିଲେ ଯେ, ନିର୍ବାଚନ ଆସିବ ଯିବ, ନିର୍ବାଚନ ଏକ ଔପଚାରିକତା ଭାବରେ ଲଢାଯାଉଛି । ଗଣତାନ୍ତ୍ରିକରେ ଜିତିବା ହାରିବା ଲାଗିଛି କହି ଚାଲିଗଲେ ବିଜେପି ସଭାପତି । କିନ୍ତୁ ପିପିଲିରେ ଜବତ ହୋଇଥିବା ୫୦ ଲକ୍ଷ ଟଙ୍କା କାହାର ଉତ୍ତର ସେ ଦେଇନଥିଲେ । ସେହିପରି ବିଜେଡି ଉପରେ ପଇସା ଆରୋପ ଆଣି ସିଇଓ କଯ୍ୟାଳୟରେ ଯାଇଥିଲା ଵିଜେପି । ସେଠି ଵିଜେପି ନେତାଙ୍କୁ ପଚାରି ଥିଲୁ ହେଲେ ଵିଜେପି ନେତା ମନମୋହନ ସାମଲ କହିବା କଥା ତାହାର ତଦନ୍ତ ଚାଲିଛି କହିବା ଠିକ୍ ନୁହଁ ।

ସେପଟେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ସମାନ ଢଙ୍ଗରେ ପ୍ରଶ୍ନକୁ ଆଡେଇ ଦେବା ସହ କହିଛନ୍ତି ଯେ, ଆଜି ଏକ ଐତିହାସିକ ଦିନ । ସବକା ସାଥ ସବକା ବିକାଶ ନାରାରେ ଦେଶ ଆଗେଇ ଚାଲିଛି । ମେ ୨ରେ ୫ ରାଜ୍ୟର ନିର୍ବାଚନ ଫଳ ବାହାରିବ । ୫ ରାଜ୍ୟରେ ବିଜେପି ସରକାର ହେବା ସହ ଉପନିର୍ବାଚନରେ ପିପିଲିରେ ବିଜୟର ମଞ୍ଜି ପଡିବ ଏବଂ ୨୦୨୪ରେ ଭାରତୀୟ ଜନତା ପାର୍ଟି ରାଜ୍ୟରେ ସରକାର କରିବ ବୋଲି କହିବାକୁ ପଛାଇ ନଥିଲେ।

ହେଲେ ଉଭୟ ସମୀର ଓ ସମ୍ବିତ ,ମନମୋହନ ପିପିଲିରେ ଜବତ ୫୦ ଲକ୍ଷ ଟଙ୍କା କାହାର ଉତ୍ତର ଦେଇନଥିଲେ ଉଭୟ ନେତା । ସେପଟେ ସମ୍ବିତ ୨୦୨୪ ରେ ରାଜ୍ୟରେ ସରକାର ଗଠନ ନେଇ ପ୍ରତିକ୍ରିୟାରେ ବିଜେଡି ନେତା ପ୍ରତାପ ଦେବ କହିଥିଲେ, କେବଳ ନିଜ ଦଳର କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିବା ପାଇଁ ସମ୍ବିତ ଏଭଳି କହିଛନ୍ତି । ପିପିଲିରେ ବିଜେଡି ପାର୍ଥୀ ରୁଦ୍ର ମହାରଥୀ ବିପୁଳ ଭୋଟ ବ୍ୟବଧାନରେ ବିଜୟ ହେବେ । ୨୦୨୪ ରେ ଅନେକ ଦିନ ରହିଛି ବ୍ରାହ୍ମଣୀ ଓ ବୈତରଣୀରରେ ଅନେକ ପାଣି ବହିଯାଇଥିବା ସ୍ଥିତି କଣ ସେ ଭଲ ଭାବରେ ଜାଣିଛନ୍ତି ବୋଲି କହିଛନ୍ତି ପ୍ରତାପ ଦେଓ ।

ତେବେ ରାଜନୀତିରେ କିଏ ଜିତିବ ଆଉ କିଏ ହରିବ ତାହା ନିର୍ବାଚନ ପରେ ଜଣା ପଡିବ । ହେଲେ ପଇସା କେଉଁ ଦଳର କେହି ନେତା ବା କର୍ମୀ ତାହାକୁ ମାନିବାକୁ ନାରାଜ ବୋଲି ଦେଖିବାକୁ ମିଳୁଛି ।

Related posts

୫-ଟି: ଥାନା ଅଧିକାରୀଙ୍କ ଉପରେ କାଯ୍ୟାନୁଷ୍ଠାନ

Report

କୋଭିଡ ଗାଇଡଲାଇନ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Report

ଦୁଇ ବାଇକି ମୁହାଁମୁହିଁ , ୩ଗୁରୁତର

Report

Leave a Comment