ଚଳିତବର୍ଷ ଦେଶରେ ହେବ ଭଲ ବର୍ଷା

ଏନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ।

0

(ଦିଲ୍ଲୀ) : ଚଳିତବର୍ଷ ଦେଶରେ ହେବ ଭଲ ବର୍ଷା । ଏନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ଜୁନରୁ ସେପ୍ଟେମ୍ବର ମଝିରେ ସାମାନ୍ୟ ଏବଂ ଭଲ ବର୍ଷା ହେବା ସମ୍ଭାବନା ରହିଛି ।

ପାଣିପାଗ ବିଭାଗ କହିବାନୁଯାୟୀ , ଉତ୍ତର ପଶ୍ଚିମ ଭାରତର କିଛି ଅଂଶ ଏବଂ ଦକ୍ଷିଣ ଭାଗରେ ସାମାନ୍ୟରୁ କମ୍ ବର୍ଷା ହୋଇପାରେ । କିନ୍ତୁ ଏହା କୃଷି କାର୍ଯ୍ୟକୁ ପ୍ରଭାବିତ କରିବନି କାରଣ ଦେଶରେ ସାରା ବର୍ଷ ସିଞ୍ଚନ କ୍ଷେତ୍ରମାନଙ୍କରେ ସାମାନ୍ୟରୁ ଅଧିକ ବର୍ଷା ହେବା ଅନୁମାନ କରିଛି ପାଣିପାଗ ବିଭାଗ ।

ତେବେ ସାମାନ୍ୟ ବର୍ଷା ସମ୍ଭାବନା ୪୦ ପ୍ରତିଶତ ରହିଥିବା ବେଳେ ସାମାନ୍ୟରୁ ଅଧିକ ହେବାର ୧୫ ପ୍ରତିଶତ ସମ୍ଭାବନା ରହିଛି । ଅର୍ଥାତ୍ ଦେଶରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଭଲ ବର୍ଷା ହେବାର ୬୦ ପ୍ରତିଶତ ସମ୍ଭାବନା ରହିଛି ।