ମୋର୍ବି ଝୁଲା ପୋଲ ଛିଣ୍ଡିବାର ରହସ୍ୟ

କେତେ ଓଜନ ସମ୍ଭାଳି ପାରିବ ଝୁଲା ପୋଲ

0

ଗୁଜୁରାଟ: ମୋର୍ବି ଝୁଲା ପୋଲ ଭୁଶୁଡି ପଡିବା ଦ୍ୱରା ୧୪୧ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏହାପରେ ମୃତ୍ୟୁ ସଂଖ୍ୟା ବଢିବାର ମଧ୍ୟ ଆଶଙ୍କା କରାଯାଉଛି । ଅଧିକାରୀଙ୍କ କହିବା ମୁତାବକ, ଆଜି ପର୍ଯ୍ୟନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହି ଘଟଣା ଘଟିଥିବା ବେଳେ ଏହାର ଏକ ସିସିଟିଭି ଫୁଟେଜ କଏଦ୍ ହୋଇଥିଲା । ଏହି ଫୁଟେଜ ଦେଖିବା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ଏହି ବ୍ରିଜ କିପରି ଭାବେ ତିଆରି ହୋଇଥାଏ? ଏହା ପରମ୍ପାରିକ ବ୍ରିଜଠାରୁ କିପରି ଭିନ୍ନ ? ।ଏହା କେତେ ଓଜନ ସମ୍ଭାଳି ପରିବ?ମୋର୍ବି ବ୍ରିଜରେ କଣ ତ୍ରୁଟି ଥିଲା ? କଣ ପାଇଁ ଏପରି ଅର୍ଚ୍ଚାନକ ଏପରି ଭାବେ ବ୍ରିଜ ଭୁସୁଡିପଡିଲା? ଜାଣନ୍ତୁ ଏହି ରିପୋର୍ଟରେ…..

ସାଧାରଣ ଭାବେ ଝୁଲା ପୋଲ ଗୁଡିକ ପାଣି ଉପରେ ତିଆରି କରାଯରଏ । ଏହାର ଏକମାତ୍ର କାରଣ ହେଉଛି ପାଣି ଭିତରେ ସପୋଟିଙ୍ଗ ପିଲର ଦେବା କଷ୍ଟକର ହୋଇଥାଏ । ଯଦି ବି ଏପରି ପାରମ୍ପରିକ ବ୍ରିଜ ନିର୍ମାଣ କରାଯାଏ ।ଏହା ପାଣି ଗତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଝୁଲା ପୋଲ ଓଭରହେଡ କେବୁଲ ଦ୍ୱାରା ତିଆରି ହୋଇଥାଏ । ଏହାକୁ ସ୍ପାନ ବୋଲି କୁହାଯାଏ । ତେବେ ଏହି ସ୍ପାନ ଯେତେ ଅଧିକ ଲମ୍ବା ହେବ; ବ୍ରିଗ ସେତେ ଅଧିକ ବଡ ହେବ ।

ସାଧାରଣ ପୋଲ ତୁଳନାରେ ଝୁଲା ପୋଲ କାହିଁକି ସୁରକ୍ଷିତ ନୁହେଁ ଜାଣନ୍ତୁ?

ପାରମ୍ପରିକ ପୋଲକୁ ତିଆରି କରିବାରେ ଯେତିକି ସମୟ ଲାଗିଥାଏ । ଝୁଲା ପୋଲ ବନାଇବାରେ ତାଠରୁ ଖୁବ୍ କମ୍ ସମୟ ଲାଗିଥାଏ । ସେଥିପାଇଁ ଅଧିକ ସମୟରେ ପାଣି ଉପରେ ଝୁଳା ପୋଲ ର୍ନିମାଣ କରାଯାଏ । ଏହା ପରମ୍ପରିକ ପୋଲ ପରି ସୁଦୃଢ ହୋଇଥାଏ ।ପରମ୍ପରିକ ପୋଲ ପରି ଯଦି ଏହା ସୁଦୃଢ ତେବେ ମୋର୍ବିରେ ଏପରି କାହିଁକି ଘଟିଲା? ଯଦି ଆମେ ମୋର୍ବି ଅଘଟଣାକୁ ଦେଖିବା, ଏହାର ବହୁ କାରର ରହିଛି । ପ୍ରଥମ ସେହି ପୋଲ ଉପରେ ଏକା ସାଙ୍ଗରେ ବହୁ ଜନସମାଗମ ।

ଦ୍ୱିତୀୟରେ ବୋଲ ଉପରେ ନାଚ କୁଦ ଏବଂ ଡିଆଡେଇଁ କରିବା । ଯାହାଦ୍ୱରା କମ୍ପନ ସୃଷ୍ଟି ହୋଇଥାଇ ଏପରି ହୋଇଛି । ତୃତୀୟରେ ପୋଲ ଅଧିକ ଜୋରରେ ହଲିବା ଦ୍ୱାରା ଏହାର ପ୍ରଭାବ କେବୁଲ ଉପରେ ପଡିବା ଦ୍ୱାରା କେବୁଲ ଢିଲା ହୋଇଥିବ,ଯାହାଦ୍ୱରା ପୋଲଟି ତାର ଭାରସ୍ୟମ ହରାଇଥିବ । କାରଣ ଏହି କେବୁଲ ଏକ ନିଦ୍ଦିଷ୍ଟ ଓଜନ ସମ୍ଭାଳିବାର କ୍ଷମତା ରହିଛି ନିଦ୍ଧିଷ୍ଟ ଓଜନ ଠାରୁ ଅଧିକ ଓଜନ ପୋଲ ଉପରେ ରହିବା ଦ୍ୱାରା ମୋର୍ବି ଝୁଲା ପୋଲଟି ଛିଣ୍ଡି ଅଘଟଣ ଘଟିଥିଲା ।