ଦିନକରେ ୧ କୋଟି ଟିକାକରଣ ହେତୁ ଭାରତକୁ ଶୁଭେଛା : WHOର ମୁଖ୍ୟ ବୈଜ୍ଞାନିକ

କରୋନା ଭାଇରସ୍ ବିରୋଧରେ ଭାରତର ଟିକାକରଣ ଜାରି ରହିଛି। ଦେଶରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିବା କାରଣରୁ ବିଶ୍ବ ସ୍ବାସ୍ଥ୍ୟ(WHO) ସଂଗଠନ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି।

0

(ଦିଲ୍ଲୀ) : କରୋନା ଭାଇରସ୍ ବିରୋଧରେ ଭାରତର ଟିକାକରଣ ଜାରି ରହିଛି। ଦେଶରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିବା କାରଣରୁ ବିଶ୍ବ ସ୍ବାସ୍ଥ୍ୟ(WHO) ସଂଗଠନ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି। WHO ର ମୁଖ୍ୟ ବୈଜ୍ଞାନିକ ସ୍ବାମୀନାଥନ ଟ୍ବିଟ୍ କରି କହିଛନ୍ତି, ଭାରତ ୫୦ ପ୍ରତିଶତ ବୟସ୍କ ଜନସଂଖ୍ୟା(ଅତିକମରେ ଗୋଟିଏ ଡୋଜ୍) ଟିକା ନେଇସାରିଛନ୍ତି। ଏପର୍ଯ୍ୟନ୍ତ ୬୨ କୋଟି ଡୋଜ୍ ନିଆଯାଇ ସାରିଛି। ଏଥିରେ ସାମିଲ ହଜାର ହଜାର କର୍ମୀଙ୍କୁ ଶୁଭକାମନା। ଟିକାକରଣ ସହିତ ସାର୍ବଜନୀକ ସ୍ବାସ୍ଥ୍ୟ ଓ ବ୍ୟକ୍ତିଗତ ନିବାରକ ଉପାୟ ସମସ୍ତଙ୍କୁ ରକ୍ଷା କରିବ। ବିଶେଷଜ୍ଞଙ୍କମାନେ ଲଗାତାର ଦୃତ ଟିକାରକଣ ଉପରେ ଜୋର ଦେଉଛନ୍ତି।

ସୂଚନାନୁଯାୟୀ , ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଥିଲେ, ‘ଆଜି ଟିକାକରଣର ରେକର୍ଡ ସଂଖ୍ୟା ରହିଛି। ଏକ କୋଟି ସଂଖ୍ୟା ଅତିକ୍ରମ କରିବା ଏକ ବଡ ସଫଳତା, ଟିକାକରଣ କରିଥିବା ଓ ଟିକାକରଣକୁ ସଫଳ କରିଥିବା ଲୋକଙ୍କୁ ଶୁଭେଚ୍ଛା। ସରକାରୀ ସଂଖ୍ୟା କହୁଛି ଯେ, ଶୁକ୍ରବାର ମୋଟ ୧ କୋଟି ୬୪ ହଜାର ୩୭୬ ଜଣଙ୍କୁ ଡୋଜ୍ ଦିଆଯାଇଛି। ଏହାପୂର୍ବରୁ, ୧୬ ଅଗଷ୍ଟରେ ଗୋଟିଏ ଦିନରେ ସର୍ବାଧିକ ୮.୮୨ ଲକ୍ଷ ଡୋଜ ଦିଆଯାଇଥିଲା।