୫କ୍ୟୁଣ୍ଟାଲ୍ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ୬ ମାଫିଆ ଚମ୍ପଟ

0

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ବ୍ୟାପକ ଗଞ୍ଜେଇ ଜବତ କରିଛି। ତେବେ ପୁଲିସ କୁ ଦେଖି ୬ଜଣ ମାଫିଆ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ସୁଚନା କ୍ରମେ ଡିମ୍ବିରି ଗୁଡା ପଞ୍ଚାୟତ ସ୍ଥିତ ତଳଟାମଟଙ୍ଗିଆ ଗ୍ରାମ ର  ଜଙ୍ଗଲ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା କୈାଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ ଙ୍କ ନେତୃତ୍ବରେ ଏକ ପୋଲିସ ଟିମ  ଚଢ଼ାଉ କରି  ପ୍ରାୟ ୨୧ ଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ରୁ ୫ କ୍ୟୁଣ୍ଟାଲ ୨୯ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ୍ କରିଛି।

ପୁଲିସ କୁ ଦେଖି ୬ ଜଣ ଗଞ୍ଜେଇ ମାଫିଆ ମାନେ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ତେବେ ପୁଲିସ ସେମାନ ଙ୍କୁ ଚିହ୍ନଟ କରିଥିବା ବେଳେ  ଫିରିଙ୍ଗିଆ ଥାନା ରେ ୮୪/୨୩ ରେ ଏକ ମାମଲା ରୁଜୁ କରି ଥିବା ଥାନା ଅଧିକାରୀ ତପନ ନାହାକ ସୁଚନା ଦେଇଛନ୍ତି।