ପାଞ୍ଚଶହରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧାଙ୍କ ଆଶା ପୂରଣ କଲେ : ସେମାନଙ୍କୁ  ସାଥିରେ ନେଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରାଇଲେ ସମାଜସେବୀ ଗୋଲଖ ପରିଡ଼ା

0

ସାଲେପୁର :ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ଭାଗ୍ୟରେ ଥିଲେ ମିଳେ।କୁହାଯାଏ, ମହାପ୍ରଭୁ ଜଗନ୍ନାଥ ଙ୍କ ଡୋରି ନ ଲାଗିଲେ,ପୁରୀ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରିବା ଅସମ୍ଭବ।ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଓ ତାଙ୍କର ଆଶିଷ ଭିକ୍ଷା କରିବା ସମସ୍ତ ଙ୍କ ମନରେ ସର୍ବଦା ଇଚ୍ଛା ରହିଥାଏ।ହେଲେ ଇଚ୍ଛା ସତ୍ତ୍ୱେ କେତେକ ଙ୍କ କ୍ଷେତ୍ରରେ  ଅର୍ଥ ଅଭାବରୁ ମହାପ୍ରଭୁଙ୍କୁ ଦର୍ଶନ  କରିବା କଷ୍ଟକର ହୋଇ ପଡ଼ିଥାଏ। ତେବେ କୌଣସି କାରଣରୁ  ସାଲେପୁର ଅଞ୍ଚଳର କେତେକ ବୃଦ୍ଧ ବୃଦ୍ଧା ମହାପ୍ରଭୁଙ୍କ ଦର୍ଶନ କରି ପାରିନଥିଲେ।ଏହି କଥା ଜାଣିବା ପରେ  ସୁଦୂର ଚେନ୍ନାଇ ରେ ରହୁଥିବା ସାଲେପୁର ବ୍ଲକ୍ ଅନ୍ତର୍ଗତ ତେନ୍ତ୍ତୋଳ ପଞ୍ଚାୟତ ଜଳହରି ଗ୍ରାମର ଚାଟାର୍ଡ ଆକାଉଣ୍ଟାଣ୍ଟ ତଥା ସମାଜସେବୀ ଗୋଲଖ ପରିଡ଼ା ଓ ତାଙ୍କ ପତ୍ନୀ ଚାଟାର୍ଡ ଆକାଉଣ୍ଟାଣ୍ଟ ଡିମ୍ପଲ ଚୌଧୁରୀ ନିଜ ଜନ୍ମମାଟିକୁ ଆସି ସେମାନଙ୍କ ଆଶା ପୂରଣ କରିଛନ୍ତି।ଉଭୟ ପତି ପତ୍ନୀ ନିଜସ୍ଵ ଅର୍ଥରେ ସାଲେପୁର ଅଞ୍ଚଳର ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଙ୍କୁ  ସାଥିରେ ନେଇ ପୁରୀ ଶ୍ରୀକ୍ଷେତ୍ର କୁ ଯାଇ ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରାଇଛନ୍ତି।

ମହାପ୍ରଭୁ ଙ୍କ ଦର୍ଶନ ପରେ ବୃଦ୍ଧ ବୃଦ୍ଧା ମାନେ ଭବବିହୁଲ ହୋଇ ପଡ଼ିବା ସହିତ ସେମାନେ ଗୋଲଖ ଙ୍କ ଏହିଭଳି ଆଧ୍ୟାତ୍ମିକ ଚେତନା କୁ ଭୂରି ଭୂରି ପ୍ରଶଂସା କରିଛନ୍ତି।ଅପରପକ୍ଷେ ମହାପ୍ରଭୁଙ୍କ କୃପାରୁ ଏ ସବୁ ସମ୍ଭବ ହୋଇଛି ବୋଲି ଉଭୟ ଦମ୍ପତି କହିଛନ୍ତି।ପ୍ରକାଶ ଥାଉକି  ସମାଜସେବୀ ଶ୍ରୀ ପରିଡ଼ା  ଦୁଇ ବର୍ଷ ତଳେ ନିଜସ୍ଵ  ପ୍ରାୟ ୧ କୋଟି ଟଙ୍କା ବିନିମୟରେ ନିଜ  ଗ୍ରାମର ରାସ୍ତା ନିର୍ମାଣ କରିବା,ସାଲେପୁର ହାଇ ସ୍କୁଲ,ସାଲେପୁର ରେ  ଥିବା  ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ବହୁ ଶିକ୍ଷାନୁଷ୍ଠାନ ଓ ମନ୍ଦିର ଉନ୍ନତି ପାଇଁ  ନିଜସ୍ଵ ଅର୍ଥରୁ କୋଟି କୋଟି ଟଙ୍କା  ବିନିଯୋଗ କରିଥିବା ଜଣାପଡିଛି।ଉଭୟ ଦମ୍ପତି ଙ୍କ ଏହିଭଳି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟୁଛି।

ଆଗାମୀ ଦିନରେ ଅଂଚଳରେ ଅନେକ କିଛି କରିବେ ବୋଲି ସେ ଆଶା ରଖିଛନ୍ତି।ତାଙ୍କ କହିବା ଅନୁସାରେ ସାଲେପୁର ମାଟିରେ ଜନ୍ମ ନେଇ ଯାହା ହୋଇଛି  ଓ ଯାହା ପାଇଛି ,ତାହା କେବଳ ମହାପ୍ରଭୁ ଙ୍କ ପାଇଁ।ଏଣୁ ଜନ୍ମମାଟି ରେ ଯାହା କିଛି ସମାଜ କଲ୍ୟାଣ କାରୀ କାର୍ଯ୍ୟ କରିବାକୁ ହେବ ,ଜୀବନ ଥିବା ପର୍ଯ୍ୟନ୍ତ ,ତାହା କରିବାକୁ ସଂକଳ୍ପ ନେଇଛି ବୋଲି ଶ୍ରୀ ପରିଡ଼ା କହିବା ସହ ଏହି ମହତ କାର୍ଯ୍ୟ ରେ ତାଙ୍କ ପତ୍ନୀ ଙ୍କ ପୂର୍ଣ୍ଣ ସହଯୋଗ ରହିଥିବା ନେଇ ସେ କହିଛନ୍ତି।