ଭାରତ

ମୋରେନା ବିଷାକ୍ତ ମଦ ମୃତ୍ୟୁ ଘଟଣା: ୨୪କୁ ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା

(ମୋରେନା): ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଗତ ସୋମବାର ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଗତକାଲି ମୃତ୍ୟୂ ସଂଖ୍ୟା ୨୦ରେ ପହଞ୍ଚିଥିବା ବେଳେ ଆଜି ଆଉ ୪ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ସମୁଦାୟ ୨୪ ଜଣଙ୍କ ମୃୃତ୍ୟୂ ହୋଇଛି । ତେବେ ଗୁରୁତରମାନେ ଚିକିତ୍ସାଧିନ ଅଛନ୍ତି । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଠନ କରିଥିବା ୩ ଜଣିଆ ଟିମ ଆଜି ମୃତକଙ୍କ ପରିବାରବର୍ଗଙ୍କୁ ଭେଟିଥିଲା । ସୂଚନାଯୋଗ୍ୟ, ଏହି ଘଟଣାରେ ମୋରେନା ଜିଲ୍ଲାର ମାନପୁର ଓ ପାହୱାଲି ଗାଁର ଲୋକେ ପ୍ରାଣ ହରାଇଥିବା ବେଳେ ଅନେକେ ଗୁରୁତର ହୋଇଛନ୍ତି । ଏନେଇ ଏକ ମାମଲା ରୁଜୁ ହେବା ପରେ ଜଣକୁ ପୋଲିସ ଗିରଫ କରିଛି । ଏହି ଘଟଣା ପରେ ମୋରେନା ଜିଲ୍ଲାପାଳ ଓ ଏସପିଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ଏସଡିପିଓଙ୍କୁ ନିଲମ୍ବିତ କରାଯାଇଛି ।

Related posts

ପାକ ଦୂତାବାସରେ ମୁତୟନ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

Report

ଉତ୍ତରାଖଣ୍ଡରେ ଶିକ୍ଷାର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସ୍ଥଳସେନା ମୁଖ୍ୟ

Report

ଚଳିତ ବର୍ଷରୁ ଜବାହର ନବୋଦୟରେ ବଢିବ ୫ହଜାର ସିଟ୍

Report

Leave a Comment