ରାଜ୍ୟରେ ଆରମ୍ଭ ହେଲା ସକାଳୁ ସକାଳୁ କ୍ଲାସ

ଆଜିଠୁ ରାଜ୍ୟରେ ସମସ୍ତ ସ୍କୁଲରେ ସକାଳୁ ସକାଳୁ କ୍ଲାସ ଆରମ୍ଭ ହୋଇଛି

0

(ଭୁବନେଶ୍ୱର) : ଆଜିଠୁ ରାଜ୍ୟରେ ସମସ୍ତ ସ୍କୁଲରେ ସକାଳୁ ସକାଳୁ କ୍ଲାସ ଆରମ୍ଭ ହୋଇଛି। ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ୍‌ ଚାଲିବ । ଏହାପରେ ସେମାନେ ଘରକୁ ଯିବେ ।

 

ପିଲାଙ୍କ କ୍ଲାସ୍ ସମୟକୁ ଅଧ ଘଣ୍ଟା ଲେଖାଏଁ ବଢ଼ାଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ଏନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

 

ଏହା ସହିତ ପିଲାଙ୍କୁ ସ୍କୁଲରେ ପୁଣିଥରେ ମଧ୍ୟାହ୍ନଭୋଜନ ଦିଆଯିବ । ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ସ୍କୁଲରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ରଖିବାକୁ ବ୍ୟବସ୍ଥା କରାଯାଇଛି । ପିଲାମାନେ ଘରଠୁ ସ୍କୁଲକୁ ଓ ସ୍କୁଲରୁ ଘରକୁ ଫେରିବାବେଳେ ଛତା ବ୍ୟବହାର କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।