କାଲିଠୁ ରାଜ୍ୟରେ ସକାଳୁଆ ସ୍କୁଲ , ହେବ ପାନୀୟ ଜଳ ବ୍ୟବସ୍ଥା

ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ସକାଳୁଆ ସ୍କୁଲ୍‌ ।

0

(ଭୁବନେଶ୍ୱର) : ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ସକାଳୁଆ ସ୍କୁଲ୍‌ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ସମୟରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ସ୍କୁଲରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ରହିବ । ପିଲାମାନେ ଘରଠୁ ସ୍କୁଲକୁ ଓ ସ୍କୁଲରୁ ଘରକୁ ଫେରିବାବେଳେ ଛତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାନୁଯାୟୀ , ପିଲାଙ୍କ କ୍ଲାସ୍‌ ସମୟକୁ ଅଧ ଘଣ୍ଟା ଲେଖାଏଁ ବଢ଼ାଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ଏନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।