କେନ୍ଦୁଝର– କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ରବଗାଁ ନିକଟରୁ ମାଆ ଓ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି ।ଘଟଣାସ୍ଥଳରେ ଡିଏଫଓଙ୍କ ସହ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଚ ଅଞ୍ଚଳରେ କିଛି ବର୍ଷ ହେଲା ହାତୀ-ମଣିଷଙ୍କ ମଧ୍ୟରେ ଲଢେଇ ଜାରି ରହିଥିବା ବେଳେ ବନବିଭାଗର ଅପାରଗତା ଲାଗି ହାତୀ ମୃତ୍ୟୁ ମୁଖରେ ପଡୁଛନ୍ତି । ତେବେ ଆଜିର ମାଆ ଓ ଛୁଆ ହାତୀର ମୃତଦେହ ଦୀର୍ଘ ଘଣ୍ଟା ଧରି ପଡିରହିବା ପରେ ବି ବନବିଭାଗର କୌଣସି ଟିମ୍ ଘଟଣାସ୍ଥଳରେ ପହଞ୍ଚିନଥିଲା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଉଭୟ ହାତୀଙ୍କର କେମିତି ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।