(ରିପୋର୍ଟସ ଟୁଡେ/ମଧୁସ୍ମିତା ତ୍ରିପାଠୀ): ନୂଆ ମୋଟର ଯାନ ନିୟମକୁ ନେଇ ସାରା ଦେଶରେ ଧରପଗଡ ଚାଲିଛି । କଡା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ କୋଲକାତାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନିୟମକୁ ଖଣ୍ଡନ କରିବା ସହ ସେଠାରେ ଏହି ନିୟମ ଲାଗୁ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେହିଭଳି ବର୍ତ୍ତମାନ ସୁଧା ରାଜସ୍ତାନରେ ମଧ୍ୟ ଏହି ନିୟମ ଲାଗୁ ହୋଇନାହିଁ । ଜୟପୁରରେ ବର୍ତ୍ତମାନ ମୋଟର ଯାନ ନିୟମ ଅନୁସାରେ ଡ୍ରେସ କୋଡ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ । ଏନେଇ ଜଣେ ଅଟୋ ଚାଳଙ୍କ ୧୬୦୦ ଟଙ୍କା ଚାଲାଣ କଟିଥିବା ଜଣାପଡିଛି । କାରଣ ଅଟୋ ଚାଳକ ଜଣଙ୍କର ଶାର୍ଟ ବଟନ ଖୋଲା ଥିବା ସହ ଚପଲ ପିନ୍ଧି ଗାଡି ଚଳାଉଥିଲେ । ସେଥିପାଇଁ ସେପ୍ଟେମ୍ବର ୬ ରେ ପୋଲିସ ତାଙ୍କର ଚାଲାଣ କାଟି କୋର୍ଟକୁ ପଠାଇ ଦେଇଥିଲେ । ପୁରୁଣା ନିୟମ ଅନୁଯାୟୀ ପୂର୍ବରୁ ହିଁ ଅଟୋ ଚାଳକଙ୍କ ପାଇଁ ବ୍ଲୁ ଶାର୍ଟ ଓ ପ୍ୟାଣ୍ଟ ଡ୍ରେସ କୋଡର ବ୍ୟବସ୍ଥା ରହିଛି ।