ଚାରି ଚକିଆ ଗାଡିରେ ମୋଟର ସାଇକଲ ନମ୍ବର

0

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଚୋରି କରିବାର ଆଉ ଏକ ନୂଆ ଫର୍ମୁଲା । ତରଭା ପୁଲିସ ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ନୂଆପଡ଼ା ଛକରେ ଏକ କାର ଅଟକି ଅସଲମ ଖାନ ଜନୈକ ବ୍ୟକ୍ତିଙ୍କ ସହିତ ବଚସା କରୁଥିବା ଦେଖିବାକୁ ପାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡି ତନଖି କରିବାରୁ ଗାଡି ଭିତରୁ ୪ଟି କଫସିରପ ଓ ୩ ଟି ଖାଲି କଫସିରପ ବୋତଲ ଜବତ କରିଛି ।
ସେହିପରି ଗାଡିରେ ଲାଗିଥିବା ନମ୍ବର ପ୍ଲେଟ(ଓଡି ୦୨ ବିଏସ ୭୨୨୮)କୁ ଯାଞ୍ଚ କରିବାରୁ ଏହି ନମ୍ବରଟି ଜଗତସିଂହପୁର ଜିଲ୍ଲା ମଣିଜଂହା ଗ୍ରାମର ବୈକୁଣ୍ଠ ମଲ୍ଲିକଙ୍କ ମୋଟର ସାଇକଲ ନମ୍ବର ବୋଲି ଜଣାପଡିଥିଲା । କିନ୍ତୁ ଗାଡିର ପ୍ରକୃତ କାଗଜପତ୍ର ଯାଞ୍ଚ ବେଳେ ଗାଡିଟି ରାଉରକେଲା ଛେଣ୍ଡ କଲୋନୀର ହିମାଂଶୁ ଶେଖର ମିଶ୍ରଙ୍କ ଗାଡି ନମ୍ବର ଜଣାପଡିଥିଲା । ଏହାକୁ ଗତ ୧୮ ଫେବୃୟାରୀରେ ଅଭିଯୁକ୍ତ ଅସଲମ ଖାନ କିଣିଥିବା ଜଣାପଡ଼ିଛି । ତେବେ ଏ ନେଇ ତରଭା ପୁଲିସ ଥାନା କେସ ନଂ ୧୯୩/୨୧ ରେ ଏକ ମାମଲା ରୁଜୁ କରି ଅସଲମକୁ ଆଜି କୋର୍ଟ ଚାଲାଣ କରିଛି । ଏହି କେସର ତଦନ୍ତ ଭାର ଏସ. ଆଇ ଯଯାତୀ କେଶରୀ ସାହୁଙ୍କ ଉପରେ ନ୍ୟସ୍ତ କରାଯାଇଛି ।