ଅଁଳା ନବମୀ ପାଇଁ ଚଳଚଞ୍ଚଳ ଗୋପାଳଜିଉ ମନ୍ଦିର

0

ଗୋପ(ଜୟନ୍ତ କୁମାର ସେଠି ): ଆସନ୍ତା ବୁଧବାର  ପବିତ୍ର ଅଁଳା ନବମୀ । ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ ପାଇଁ ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ଭକ୍ତଙ୍କର ଲାଗିବ ଭିଡ । କୋଭିଡ ର ଦୁଇ ବର୍ଷ ପରେ ପୁଣି ଚଳଚଞ୍ଚଳ ହେବ ଗୋପାଳ ଜିଉ ମନ୍ଦିର ।ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ସଠିକ୍ ସମୟରେ ଦେବନିତୀ ସଂପନ୍ନ, ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସମସ୍ତ ପ୍ରକାର ମୈ।ଳିକ ସୁବିଧା ସୁଯୋଗ ଭକ୍ତ ମାନଙ୍କୁ ଯୋଗାଇ ଦେବାପ।ଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି ।

 ପୁରୀ ଜିଲ୍ଲା ସାକ୍ଷୀଗୋପାଳ ର ଗୋପାଳଜିଉ ମନ୍ଦିର । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଲାଣି ।  ବର୍ଷକରେ ଥରେ ଭକ୍ତ ମାନଙ୍କୁ ଓଡିଅ।ଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି  ଏହି ଅଁଳା ନବମୀ ଦିନ । ଭକ୍ତ ମାନେ ଉକ୍ତ ଦିନ ଅଁଳା ଗଛକୁ ପୂଜାଚ୍ଚନା କରିବା ସହିତ ରାଧା ଙ୍କର ପାଦ ଦର୍ଶନ କରି ସ୍ପର୍ଶ କରିବାର ସୁଯୋଗ ପାଇଥାନ୍ତି ।

ମାତ୍ର କୋଭିଡ କଟକଣା ପାଇଁ  ଦୁଇ ବର୍ଷ ଧରି  ଭକ୍ତ ଙ୍କୁ ଦର୍ଶନ ଉପରେ କଟକଣା  ଜାରି  କରାଯାଇ ଥିଲା । ମାତ୍ର ଚଳିତ ବର୍ଷ କଟକଣା କୋହଳ ପରେ  ଭକ୍ତ ଦର୍ଶନ ର ସୁଯୋଗ ପାଇବେ ।ଏଥିପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ସ୍ଵତତ୍ରଂ ଦେଵ ନିତୀ ନିର୍ଦାରଣ କରାଯାଇଛି ।  ସେବାୟତ ମାନଙ୍କ ଦ୍ଵାରା ମଙ୍ଗଳା ଅଳତୀ,  ମର୍ଦନ ଅବକାଶ, ନଟବର ବେଶ,   ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ସକ।ଳ ଧୂପ,ମଦନ ମୋହନ ଭୋଗ, ଅ।ଦି ମାଙ୍କର ସେବା ରୀତିନିତୀ ସଂପନ୍ନ  ପରେ  ଭୋର ୫ ଟା ଠାରୁ ଭକ୍ତ  ମାନଙ୍କ ପାଇଁ ସାହାଣ ମେଲା ଦର୍ଶନ କରିପାରିବାର ବ୍ୟବସ୍ଥା କରାଯାଇଛି ।ବିଶେଷକରି ଲକ୍ଷାଧିକ ଭକ୍ତ ମାନଙ୍କର ସମାଗମକୁ ଲକ୍ଷ୍ୟ ରଖି ଜିଲ୍ଲ।

ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନଙ୍କୁ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ବ୍ୟାରିକେଡ ର ବ୍ୟବସ୍ଥା କରାଯାଇଥିବା ବେଳେ  ଭକ୍ତ ମାନେ ଧାଡିରେ ଯାଇ ଦର୍ଶନ କରି ପାରିବେ  । ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଦୁଷ୍ଟିରେ ରଖି ପୋଲିସ  ୨୦ ପ୍ଲାଟୁନ ଫୋର୍ସ   ସୁରକ୍ଷା ବ୍ୟବସ୍ଥା ରେ ନିୟୋଜିତ  ଥିବା ବେଳେ ସମସ୍ତଙ୍କ ସହଯୋଗରେ ଏହା ସଫଳ ହେବ ବୋଲି ଅ।ଶା ରଖିଛି ପ୍ରଶାସନପବିତ୍ର ଅଁଳା ନବମୀ ପାଇଁ ଚଳ ଚଚଂଳ ସତ୍ୟବାଦୀର ଗୋପାଳଜିଉ ମନ୍ଦିର । ଏହି ଦିନ ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ କଲେ ମହା ପୂର୍ଣ୍ଣ ମିଳିଥାଏ ବୋଲି ବିଶ୍ଵାସ ରହିଛି ।