ବିମାନବନ୍ଦର ଦାବିକଲେ ସାଂସଦ ମାନସ ମଙ୍ଗରାଜ 

0

ଭୁବନେଶ୍ୱର : ସଂସଦ ଭବନରେ ଚାଲିଛି ମୌସୁମୀ ଅଧିବେଶନ |ତେବେ ଏନେଇ ବିଜେଡି ସାଂସଦ ଶ୍ରୀ। ମାନସ ରଂଜନ ମଙ୍ଗରାଜ ଆଜି ଓଡ଼ିଶାର ଜୟପୁର ଏବଂ ଉଟେକେଲା ବିମାନବନ୍ଦରର ଶୀଘ୍ର ନିର୍ମାଣ କାର୍ଯ୍ୟ ଦାବିରେ ରାଜ୍ୟସଭାରେ ଏକ ବିଶେଷ ଉଲ୍ଲେଖ କରିଛନ୍ତି। ମାନସ ମଙ୍ଗରାଜ ସଂସଦରେ ଏନେଇ ଏକ ଦାବି ଉପସ୍ଥାପନା କରିଛନ୍ତି |୨୦୧୭ରେ ଝାରସୁଗୁଡା ବିମାନ ବନ୍ଦର ସହିତ ଉଭୟ ବିମାନ ବନ୍ଦର ଉଡାଣ ଯୋଜନା ଅଧୀନରେ କରାଯାଇଥିଲା | କିନ୍ତୁ ଏହି ଦୁଇଟି  ବିମାନବନ୍ଦର ପାଇଁ କାର୍ଯ୍ୟ କେବଳ ୨୦୨୦ରେ  ଆରମ୍ଭ ହୋଇଥିଲା ଏଯାଏଁ ଶେଷ ହୋଇନାହିଁ  । ତେଣୁ ଶ୍ରୀ। ମାନସ ରଂଜନ ମଙ୍ଗରାଜ ଏହି ଦୁଇଟି ବିମାନବନ୍ଦରର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଦାବି କରିଥିଲେ।