କଳାକାଣ୍ଡି ଗସ୍ତରେ ସାଂସଦ ସୁଜିତ କୁମାର

0

କଳାହାଣ୍ଡି: ଗତକାଲି କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ଏହି ଗସ୍ତ କାଳରେ ତାଙ୍କ ଦ୍ୱାରା ପୋଷ୍ୟ ଗ୍ରାମପଞ୍ଚାୟତ ଭାବେ ଗ୍ରହଣ କରାଯାଇଥିବା ସଗଡା ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ପଶ୍ଚିମ ଓଡିଶାର ବଡ ପର୍ବ ନୂଆଖାଇ ଉତ୍ସବରେ ସାମିଲ ମଧ୍ୟ ହୋଇଥିଲେ । ଏଥିସହ ସେ ଗ୍ରାମପଞ୍ଚାୟତ ବୁଲିବା ସହ ଲୋକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ ଅନ୍ତର୍ଗତ ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମର ଉନ୍ନତିକରଣକୁ ନେଇ ସମୀକ୍ଷା କରିଥିଲେ ।
ଏଥିସହ ସେ କେସିଙ୍ଗା ବ୍ଲକର ନାସିଗାଁ ପଂଚାୟତର ନିର୍ବାହୀ ଅଧିକାରୀଙ୍କ ବାସଗୃହର ଶୁଭ ଉଦଘାଟନ କରିଥିଲେ । ଏହି କାର୍ୟ୍ୟକ୍ରମ ରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ,ବରିଷ୍ଠ ଉପସଭାପତି ଅଶେଶ୍ୱର ବାଗ, ଜିଲ୍ଲା ସମ୍ପାଦକ ଯଯାତି କେଶରୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅଂଚଳର ବିକାଶ ଧାରାକୁ କିଭଳି ଆଗେଇ ନିଆଯିବ ଏନେଇ ସାଂସଦ ଆଲୋଚନା କରିଥିଲେ । ତାଙ୍କର ଏହି ଗସ୍ତକୁ ନେଇ ଜିଲ୍ଲାବ୍ୟାପୀ ପ୍ରଶଂସା କରାଯାଇଛି ।