ନିଜ ଚରିତ୍ରକୁ ନ୍ୟାୟ ଦେଇପାରୁଥିବା ଫିଲ୍ମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ : ମୃଣାଳ

ଯେଉଁ ଭୂମିକା ଜରିଆରେ ଇଣ୍ଡଷ୍ଟ୍ରିରେ ଦୀର୍ଘ ଦିନ ଧରି ତିଷ୍ଠିପାରିବେ, ସେଭଳି ଫିଲ୍ମ ଚୟନ କରନ୍ତି ମୃଣାଳ ଠାକୁର । ଏହାକୁ ନେଇ ମୃଣାଳ କହିଛନ୍ତି, ଷ୍ଟାର୍‌ ହେବା ତାଙ୍କର ଲକ୍ଷ୍ୟ ନ ଥିଲା ।

0

(ମୁମ୍ବାଇ) : ଯେଉଁ ଭୂମିକା ଜରିଆରେ ଇଣ୍ଡଷ୍ଟ୍ରିରେ ଦୀର୍ଘ ଦିନ ଧରି ତିଷ୍ଠିପାରିବେ, ସେଭଳି ଫିଲ୍ମ ଚୟନ କରନ୍ତି ମୃଣାଳ ଠାକୁର । ଏହାକୁ ନେଇ ମୃଣାଳ କହିଛନ୍ତି, ଷ୍ଟାର୍‌ ହେବା ତାଙ୍କର ଲକ୍ଷ୍ୟ ନ ଥିଲା । ଦୀର୍ଘ ସମୟ ଧରି ମନେରହି ପାରିବା ଭଳି ପ୍ରୋଜେକ୍ଟର ଅଂଶ ହେବା ତାଙ୍କର ଉଦ୍ଦେଶ୍ୟ । ବଲିଉଡ୍‌ରେ ଲମ୍ବା ଇନିଂସ ଖେଳିବା ତାଙ୍କର ଲକ୍ଷ୍ୟ । ସେହି ଲକ୍ଷ୍ୟକୁ ନଜରରେ ରଖି ମୃଣାଳ ପ୍ରୋଜେକ୍ଟ ଚୟନ କରନ୍ତି । ଯେଉଁ ମାଧ୍ୟମରେ ତାଙ୍କ ପ୍ରୋଜେକ୍ଟ ମୁକ୍ତିଲାଭ କରୁ, ସେଥିରେ ତାଙ୍କୁ କୌଣସି ଫରକ ପଡ଼େନାହିଁ । କେବଳ ପ୍ରୋଜେକ୍ଟ ଭଲ ଥିଲେ, ମୃଣାଳ କାମ କରନ୍ତି । ନିଜ ଚରିତ୍ରକୁ ନ୍ୟାୟ ଦେଇପାରୁଥିବା ଫିଲ୍ମ ତାଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ।