ମୁକେଶଙ୍କ ବଡ ଘୋଷଣା: ଆସନ୍ତାବର୍ଷ ଦେଶରେ ଜିଓ ଆଣିବ 5-G ସେବା

0

(ନୂଆଦିଲ୍ଲୀ): ଭାରତରେ ୫-ଜି ଇଣ୍ଟରନେଟ ସେବା ଆରମ୍ଭ ହେବା ନେଇ ପୂର୍ବରୁ ବହୁ ଘୋଷଣା ହୋଇଥିଲେ ମଧ୍ୟ ତାହା ଏଯାଏ ହୋଇପାରି ନାହିଁ । ତେବେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ତଥା ଶିଳ୍ପପତି ମୁକେଶ ଅମ୍ବାନୀ ଦେଶରେ ୫-ଜି ସେବାର ଶୁଭାରମ୍ଭ ନେଇ ଆଜି ବଡ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡିଆନ ମୋବାଇଲ କଂଗ୍ରେସ ୨୦୨୦ର ଉଦଘାଟନ କରିଛନ୍ତି । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗ ଦେଇ ୨୦୨୧ ମଧ୍ୟଭାଗ ସୁଦ୍ଧା ଭାରତରେ ରିଲାଏନ୍ସ ଜିଓ ୫-ଜି ଇଣ୍ଟରନେଟ ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛନ୍ତି । ଆଜିର ଡିଜିଟାଲ ଯୁଗରେ ଏବେ ବି ୩୦ କୋଟି ଭାରତୀୟ ୨-ଜି ଇଣ୍ଟରନେଟର ବ୍ୟବହାର କରୁଛନ୍ତି । ଏହି ଉପଭୋକ୍ତାମାନଙ୍କୁ ସ୍ମାର୍ଟଫୋନ ସୁବିଧା ଉପଲବ୍ଧ କରାଇବା ଦିଗରେ ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ୫-ଜି ନେଟୱର୍କକୁ ବିକଶିତ କରାଯାଇଛି। ବର୍ତ୍ତମାନ ଭାରତ ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ ସଂଯୋଗକାରୀ ଦେଶ ଭାବେ ପରିଚୟ ହାସଲ କରିଛି। ଏହାକୁ ବିଜାୟ ରଖିବାକୁ ହେଲେ ଆମକୁ ଯଥାଶୀଘ୍ର ଦେଶରେ ୫-ଜି ନେଟୱର୍କ ସେବା ଆରମ୍ଭ କରିବାକୁ ପଡ଼ିବ। ଏହା ଭାରତକୁ ଆହୁରି ଆତ୍ମନିର୍ଭର କରିବାରେ ସହାୟତା କରିବ ବୋଲି ସେ କହିଛନ୍ତି।