ଓଡ଼ିଶାରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ

0

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କନିଷ୍ଟ ପୁତ୍ର ଅନନ୍ତ ଅମ୍ବାନୀ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଅନନ୍ତ ଅମ୍ବାନୀ ।  ବାହାଘର ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ସେଠାରୁ ସେ ଭୁବନେଶ୍ଵର ଆସି ମୁମ୍ବାଇ ଫେରିଯିବେ ବୋଲି ସୂଚନା ରହିଛି । ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୋମବାର ଆସାମର ପ୍ରସିଦ୍ଧ ମା’ କାମାକ୍ଷାଙ୍କ ଦର୍ଶନ ସାରି ଆସୁଛନ୍ତି ଅନନ୍ତ । ନିର୍ବନ୍ଧ ପରେ ସେ ଓଡ଼ିଶା ଆସି ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବେ।

ନିକଟରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଂଟଣ୍ଡଙ୍କ ନିର୍ବନ୍ଧ ଶେଷ ହୋଇଛି । ମୁମ୍ବାଇରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ନିର୍ବନ୍ଧ କରାଯାଇଛି ।  ଗୁଜରାଟୀ ହିନ୍ଦୁ ପରିବାର ରୀତିନୀତି ଅନୁସାରେ ଗୋଲ୍-ଧନା ଏବଂ ଚୁନ୍ରୀ ବିଧି ଆୟୋଜିତ ହୋଇଥିଲା। ଗୋଲ୍-ଧନା ହେଉଛି ବିବାହ ପୂର୍ବ ନିର୍ବନ୍ଧ ଅନୁରୂପ ଏକ ଉତ୍ସବ।  ଉଭୟ ବର କନ୍ୟା ପରସ୍ପରକୁ ମୁଦି ପିନ୍ଧାଇଥିଲେ । ଦୁଇ ପରିବାର ପରସ୍ପରକୁ ଉପହାର ମଧ୍ୟ ଦେଇଥିଲେ । ଏହି ଉତ୍ସବରେ ନୀତା ଅମ୍ବାନୀଙ୍କ ସମେତ ଅମ୍ବାନି ପରିବାର ସଦସ୍ୟଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ବଲିଉଡର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ ।