ମୁକ୍ତାର ଆବାସ ରାଜ୍ୟସଭାରେ ଉପବାଚଷ୍ପତ୍ତି ଭାବେ ନିଯୁକ୍ତ

0

ନୂଆଦିଲ୍ଲୀ– ବିଜେପିର ବରିଷ୍ଠ ନେତା ମୁକ୍ତାର ଆବାସ ରାଜ୍ୟସଭାରେ ଉପବାଚଷ୍ପତ୍ତି ଭାବେ ଆଜି ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ରାଜ୍ୟସଭାର ଉପବାଚଷ୍ପତ୍ତି ଭାବେ ପିୟୁଷ ଗୋଏଲ ଦାୟୀତ୍ୱ ତୁଲାଉଥିଲେ । ଏବେ ପିୟୁଷ ଗୋଏଲଙ୍କୁ ରାଜ୍ୟସଭାର ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ୧୯୮୦ ମସିହାରେ ପ୍ରଥମଥର ପାଇଁ ମୁକ୍ତାର ଆବାସ ଉତ୍ତରପ୍ରଦେଶରେ ଜନତା ପାର୍ଟି ଟିକେଟରୁ ବିଧାନସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଏହାପରେ ସେ ୧୯୯୮ମସିହାରେ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସୂଚନା ଓ ପ୍ରସାରଣ ବିଭାଗର ରାଜ୍ୟମନ୍ତ୍ରୀ ହୋଇଥିଲେ । ମୁକ୍ତାର ଆବାସ ନକବୀ ୨୦୧୬ ମସିହାରେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।