ଆଖି ବୁଜିଲେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ
ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ
ନୂଆଦିଲ୍ଲୀ : ଆରପାରିରେ ମୁଲାୟମ ସିଂ ଯାଦବ । ସମାଜବାଦୀ ଦଳର ନେତା ତଥା ପ୍ରତିଷ୍ଠାତା ଥିଲେ ମୁଲାୟମ ସିଂ ଯାଦବଙ୍କ । ତାଙ୍କର ପରଲୋକ ଘଟିଛି ଆଜି ସକାଳେ । ସେ କିଛିଦିନ ହେଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ୨ ଅକ୍ଟୋବରରେ ତାଙ୍କ ଦେହରୁ ଅକ୍ସିଜେନ ପରିମାଣ କମ ହେବାରୁ ଆଇସିୟୁ ରେ ଭର୍ତ୍ତି କରାଯାଇଥିଲା । ୟୁରିନ ଇନଫେକ୍ସନ କାରଣ ବସତଃ ପୂର୍ବ ମାସ ସେପ୍ଟେମ୍ବର ୨୬ ତାରିଖ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ପହଁଚିବା ପରେ ରକ୍ତ ଚାପରେ ମଧ୍ୟ ସେ ପିଡ଼ିତ ଅଛନ୍ତି ।
ତେବେ ସ୍ୱ୍ୟସ୍ଥ୍ୟବସ୍ଥାରେ ସୁଧାର ନ ଆସିବା କାରଣରୁ ଭେଣ୍ଟିଲେଟରରେ ରଖାଯାଇଥିଲା ମୁଲାୟମଙ୍କୁ । ତାଙ୍କର ମୃତ୍ୟୂ ଘଟଣା ସାରା ରାଜନୀତି ଜଗତକୁ ଶୋକମୟ ରେ ପରିଣତ କରିଛି । ତେଣୁ ୮୨ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ସମାଜବାଦୀ ଦଳର ପ୍ରତିଷ୍ଠାତା । ୨୨ନଭେମ୍ବର ୧୯୩୯ ମସିହା ଉତ୍ତରପ୍ରଦେଶର ସୈଫଇରେ ଜନ୍ମଗ୍ରହଣ କରିଥିଲେ । ୟୁପିରେ ଦଶନ୍ଧି ଦଶନ୍ଧି ଧରି ରାଜନୀତି କ୍ଷେତ୍ରରେ କାମ କରିଛନ୍ତି ମୁଲାୟମ । ତାଙ୍କ ଶୋକ ସଭାରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଏଥିସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ସଭା ପାଳନ କରୁଛନ୍ତି ମୁଲାୟମଙ୍କ ପାଇଁ ।